‘ବିଜୟ ଦିବସ’ ପାଳନ କରିବା ସହ ଦିଲ୍ଳୀ ବର୍ଡରରୁ ଘରକୁ ଫେରୁଛନ୍ତି ଚାଷୀ
ଗତ ଏକ ବର୍ଷ ଧରି କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ଆଜି ଶେଷ ହୋଇଛି। ଆଜି ବିଜୟ ଦିବସ ସହିତ ଦିଲ୍ଲୀର ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରେ କୃଷକମାନେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଆନ୍ଦୋଳନ ଶେଷ କରିବାର ଘୋଷଣା ସହିତ କୃଷକମାନେ ଘରକୁ ଫେରିବା ପାଇଁ ୧୧ ଓ ୧୨ ଡିସେମ୍ବର ତାରିଖ ଧାର୍ଯ୍ୟ କରିଥିଲେ।
କୃଷକ ଆନ୍ଦୋଳନର ନେତା ରାକେଶ ଟିକାୟତ କହିଛନ୍ତି, କୃଷକଙ୍କ ଏକ ଗୋଷ୍ଠୀ କାଲି ସକାଳ ୮ଟା ବେଳେ ଏହି ଅଞ୍ଚଳ ଖାଲି କରିଦେବେ। ଆଜିର ବୈଠକରେ ଆମେ କଥା ହେବୁ, ପ୍ରାର୍ଥନା କରିବୁ ଓ ସେହି ଲୋକଙ୍କୁ ଭେଟିବୁ ଯେଉଁମାନେ ଆମର ସାହାଯ୍ୟ କରିଥିଲେ। ଲୋକଙ୍କୁ ଖାଲି କରିବାରେ ୪-୫ ଦିନ ସମୟ ଲାଗିବ। ଆନ୍ଦୋଳନ ଶେଷ ସ୍ଥଗିତ ହେବାପରେ କୃଷକମାନେ ଆଜି ପୁରା ଦେଶରେ ବିଜୟ ଦିବସ ପାଳନ କରିବାର ଘୋଷଣା କରିଥିଲେ। ପଞ୍ଜାବର କୃଷକ ଦିଲ୍ଲୀର ସିଙ୍ଘୁ ବର୍ଡରୁ କୃଷକଙ୍କୁ ଅମ୍ବାଲା ପର୍ଯ୍ୟନ୍ତ ସାଙ୍ଗରେ ନେଇଯିବେ ଓ ପରେ ନିଜ ନିଜ ଜିଲ୍ଲା ଅଭିମୁଖେ ଯିବେ। କିନ୍ତୁ ଯେଉଁମାନଙ୍କ ଘର ଦୂରରେ ରହିଛି, ସେମାନେ ଫତେହପୁର ସାହିବରେ ଆଜି ରାତିରେ ବିଶ୍ରମ ନେବେ। ସେଭଳି ଟିକରି ବର୍ଡନରେ ଆନ୍ଦୋଳନ କରୁଥିବା କୃଷକ ପଟିୟାଲା ରାସ୍ତା ଦେଇ ପଞ୍ଜାବ ପହଁଞ୍ଚିବେ।
Comments are closed.