ବିରାଟଙ୍କ ଏହି ବଡ ରେକର୍ଡ ଯାହାକୁ ଭାଙ୍ଗିବା ସହଜ ନୁହେଁ, ଜାଣନ୍ତୁ ତାଙ୍କର ରେକର୍ଡ ସଂପର୍କରେ
ବର୍ତ୍ତମାନ ସମୟର ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲି ଦିନିକିଆ ଓ ଟି୨୦ ଅଧିନାୟକ ପଦରୁ ବିଦା ହୋଇଛନ୍ତି । ବିସିସିଆଇ କୋହଲିଙ୍କୁ ବିଦା କରି ତାଙ୍କ ସ୍ଥାନରେ ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ତେବେ ଟେଷ୍ଟ ଫର୍ମାଟରେ କୋହଲି ଦଳର ନେତୃତ୍ୱ ନେବେ ।
କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ତାଙ୍କ ପ୍ରଶଂସକମାନେ ଖୁବ୍ ନିରାଶ ଅଛନ୍ତି । ତେବେ ବିରାଟଙ୍କ ନାଁରେ ଏପରି ଅନେକ ରେକର୍ଡ ରହିଛି ଯାହାକୁ ଭାଙ୍ଗିବା ଏତେ ସହଜ ନୁହେଁ । ଅଧିନାୟକ ଭାବେ କୋହଲି ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ।
ଯେତେବେଳେ କୋହଲିଙ୍କ ବ୍ୟାଟ୍ ଚାଲେ ସେତେବେଳେ ଭଲ ଭଲ ବୋଲର ହାର୍ ମାନି ଯାଆନ୍ତି । କୋହଲି ଟି୨୦ରେ ପ୍ରଥମ ଖେଳାଳି ଭାବେ ୩୦୦୦ ରନ୍ ପୂରଣ କରିଥିଲେ । ଏହାସହ ସେ ସବୁଠାରୁ ଅଧିକ ୭ ଥର ପ୍ଲେୟାର ଅଫ୍ ଦି ସିରିଜ ଜିତିଛନ୍ତି । ଦ୍ୱିତୀୟ ସ୍ଥାନରେ ପାକିସ୍ତାନୀ ଖେଳାଳି ବାବର ଆଜମ ରହିଛନ୍ତି ।
ଟି୨୦ରେ କୋହଲିଙ୍କ ଆଭରେଜ ହେଉଛି ୫୨.୦୪ । ଏହାସହ ସେ ୫୦ ଉପରେ ଆଭରେଜ ରଖୁଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇ ପାରିଥିଲେ । କୋହଲି ଟି୨୦ କ୍ରିକେଟରେ ୩୨୨୭ ରନ୍ କରିଛନ୍ତି । ସେହିପରି ବିଶ୍ୱର କୌଣସି ବି ଦେଶ ସହ କମ୍ ମ୍ୟାଚ୍ ଖେଳି ସବୁଠାରୁ ଅଧିକ ଦିନିକିଆ ଶତକ ମାରିଥିବା ରେକର୍ଡ କୋହଲିଙ୍କ ନାଁରେ ରହିଛି । କୋହଲି ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ୯ଟି ଶତକ ଲଗାଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର ।
ଦିନିକିଆ ଫର୍ମାଟରେ ସବୁଠାରୁ ଦ୍ରୁତ ୧୨୦୦୦ ରନ୍ କରିବାରେ ଆଗରେ ବିରାଟ । ସେ ୨୪୨ ଇନିଂସରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି । ସେ ୩୦୦ଟି ଇନିଂସରେ ୧୨ ହଜାର ରନ୍ କରିଥିଲେ । କୋହଲି ପଦାର୍ପଣ କରିବାର ୧୨ ବର୍ଷ ୧୦୬ ଦିନ ମଧ୍ୟରେ ଏହି ଉପଲବ୍ଧି ହାସଲ କରିପାରିଥିଲେ ।
ଆଇପିଏଲରେ ଖୁବ୍ ଚାଲିଥାଏ ବିରାଟଙ୍କ ବ୍ୟାଟ୍ । ଆଇପିଏଲରେ ସେ ୬୦୦୦ ରନ୍ ପୂରଣ କରିବାରେ ପ୍ରଥମ ଖେଳାଳି ଅଟନ୍ତି । ଆଇପିଏଲରେ ସେ ୨୦୭ ମ୍ୟାଚ୍ ଖେଳି ୬୨୮୩ ରନ୍ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶିଖର ଧାଓ୍ୱନ ।
Comments are closed.