ଯାଜପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁନେଇ ଟାଉନ ହଲ୍ ବୈଠକ ଅନୁଷ୍ଠିତ
ଯାଜପୁର: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁନେଇ ଯାଜପୁର ଜିଲ୍ଲାର ପାଣିକୋଇଲି କଲ୍ୟାଣମଣ୍ଡପରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାଜପୁର ଜିଲ୍ଲାର ଅନେକ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଯୋଗଦେଇଛନ୍ତି । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେଥି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ଏହାର ଆଂଚଳିକ ମାନବ ସମ୍ବଳ ମୁଖ୍ୟ, ଦୀପକ୍ ଶ୍ରୀବାସ୍ତବ, ଅପରେସନ ମୁଖ୍ୟ, ଶ୍ରୀ ରାଜିବ ଦାଶ, ଅପରେସନ ମ୍ୟାନେଜର, ଶ୍ରୀଯୁକ୍ତ ହବିବୁର ରେହମାନ୍, ଆସିଷ୍ଟାଂଟ ଅପରେସନ ମ୍ୟାନେଜର, ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାହୁ, କ୍ଲଷ୍ଟର ଲିଡ଼ର, ଶ୍ରୀଯୁକ୍ତ ଆଶିଷ କୁମାର ବଳ, କ୍ଲଷ୍ଟର ଲିଡ଼ର, ଶ୍ରୀଯୁକ୍ତ ଏସ ଏସ ମହତାବ, ଆସିଷ୍ଟାଂଟ ମେଂଟେନାନ୍ସ ମ୍ୟାନେଜର, ଶ୍ରୀଯୁକ୍ତ ବିଭୂତି ଦାଶ ଏବଂ ମେଂଟେନାନ୍ସ ସୂପରଭାଇଜର, ଶ୍ରୀଯୁକ୍ତ ସନ୍ତୋଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସର ସୁପରିଚାଳନା ଏବଂ ସେବା ପ୍ରତି ପ୍ରତିବଦ୍ଧତା ଉପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଉପସ୍ଥିତଥିବା କର୍ମଚାରୀ ମାନଙ୍କ ମଧ୍ୟରୁ ଅନେ କର୍ମଚାରୀ ମାନଙ୍କୁ ତାଙ୍କର ଉକ୍ତୃଷ୍ଟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା ।
ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଏ ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି ।
Comments are closed.