ବାୟୁସେନା ଯବାନ ରାଣା ପ୍ରତାପ ଦାସଙ୍କ ବିୟୋଗରେ ଓଡ଼ିଶା ଜଣେ ବୀର ସନ୍ତାନକୁ ହରାଇଲା-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,ଡ଼ିସେମ୍ବର ୦୯ -ତାମିଲନାଡ଼ୁ କୁନ୍ନୁରଠାରେ ଅଭାବନୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ଅନ୍ୟ ସେନା ଅଧିକାରୀଙ୍କ ସମେତ ତାଳଚେରର ବୀର ଯବାନ ଜୁନିୟର ୱାରେଂଟ୍ ଅଫିସର ରାଣାପ୍ରତାପ ଦାସଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗତକାଲି ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାକୁ ଦେଶ ଭୁଲି ପାରିନଥିବାବେଳେ ସିଡ଼ିଏସ ଜେନେରାଲ ରାୱତ ଏବଂ ଅନ୍ୟାନ୍ୟ ସେନା ଅଧିକାରୀଙ୍କ ସହ ତାଳଚେର ଅଂଚଳର ଜୁନିୟର ୱାରେଂଟ୍ ଅଫିସର ରଣାପ୍ରତାପ ଦାସଙ୍କ ବିୟୋଗ ଅଧିକ ଦୁଃଖ ଦେଇଛି ।
ଜଣେ ଅନନ୍ୟ ବ୍ୟକ୍ତିତ୍ୱଭାବେ ଜୁନିୟର ୱାରେଂଟ୍ ଅଫିସର ଶ୍ରୀ ଦାସ ସାହସ, ପ୍ରତିବଦ୍ଧତାଏବଂ ପରିଶ୍ରମର ସହ ଦେଶ ସେବା କରିଥିଲେ । ତାଙ୍କ ବିୟୋଗରେ ଦେଶ ଜଣେ ଉତମ ବାୟୁ ସୈନିକ ଏବଂ ଓଡିଶା ଜଣେ ବୀର ସନ୍ତାନକୁ ହରାଇଲା ।ଶୋକସନ୍ତପ୍ତ ପରିବାର ବର୍ଗଙ୍କୁସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
Comments are closed.