ଦେଶରେ ଚିହ୍ନଟ ହେଲେ ୯୪୧୯ ନୂଆ ଆକ୍ରାନ୍ତ

Share It

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪୧୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୮୨୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୩୬% ରହିଥିବାବେଳେ ଦୈନିକ ସଂକ୍ରମଣ ହାର ୦.୭୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୭୪% ରହିଛି। ଦେଶରେ ଏପର୍ଯ୍ୟନ୍ତ ୩,୪୦,୯୭,୩୮୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୯୪,୭୪୨ ସକ୍ରିୟ ସଂକ୍ରମିତ ରହିଛନ୍ତି। ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧୩୦.୩୯ କୋଟି ପାନ କୋଭିଡ ଟିକା ଦିଆଯାଇଛି।


Share It

Comments are closed.