ସୋସିଆଲ ମିଡିଆରେ କୁକୁର ସହ କିସିଂ ଫଟୋ ଛାଡି ଟ୍ରୋଲ ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦନା

Share It

ରଶ୍ମିକା ମନ୍ଦନା ତାଙ୍କର ଅପକମିଂଗ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ କୁ ନେଇ ଏବେ ଚର୍ଚ୍ଚାରେ। ପ୍ରଶଂସକ ଏହି ଫିଲ୍ମର ରିଲିଜକୁ ଅପେକ୍ଷାର ସହ ଚାହିଁ ରହିଛନ୍ତି। ଏହି ସମୟରେ, ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ଫ୍ରୀ ହୋଇ ରଶ୍ମିକା ଘରକୁ ଫେରିଛନ୍ତି। ଯେଉଁଠାରେ ସେ ତାଙ୍କର ଅତି ପ୍ରିୟ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ଯିଏକି ଏକ କୁକୁର। ଅଭିନେତ୍ରୀ ତାଙ୍କ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ କୁକୁରକୁ ତାଙ୍କୁ କିସ୍ କରୁଥିବାର ଦେଖାଯାଇଛି। ସେ କ୍ୟାପସନରେ ଲେଖିଛନ୍ତି, ‘ୱେଲକମ୍ ହୋମ କିସ୍ … ମୁଁ ଫେରି ଆସିଛି।’

ଏହି ଫଟୋରେ ମ୍ୟୁଜିସିୟାନ୍ ଆନନ୍ଦ ଶର୍ମା କମେଣ୍ଟ କରି ଲେଖିଛନ୍ତି, ‘ପରଫେକ୍ଟ କପଲ୍’… ଏହା ଉପରେ ଲୋକମାନେ ସଂଗୀତଜ୍ଞଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି, ତାଙ୍କ କମେଣ୍ଟ ଉପରେ, ୟୁଜର୍ସ ତାଙ୍କୁ ଏବଂ ରଶ୍ମିକାଙ୍କୁ ନେଇ ଏଣୁ ତେଣୁ କଥା ଲେଖୁଛନ୍ତି। ଅନେକ ଲୋକ ରଶ୍ମିକାଙ୍କ ଏହି ସୁନ୍ଦର ଅନ୍ଦାଜକୁ ପ୍ରଶଂସା କରୁଥିବାବେଳେ ଅନେକେ ତାଙ୍କୁ ପରିହାସ କରୁଛନ୍ତି। ସେହି ପରି କିଛି ୟୁଜର୍ସ, କୁକୁରର ମଧ୍ୟ ଦିନ ଆସିଥାଏ…କୁକୁରର ଭାଗ୍ୟ ବହୁତ ଭଲ…ଅସଲ ଜୀବନ ତ ଏହି ଉପଭୋଗ କରୁଛି ଭଳି ଅନେକ କେଣ୍ଟ ଦେଉଛନ୍ତି।


Share It

Comments are closed.