ଆଜି ଆସୁଛନ୍ତି ପୁଟିନ, ଭାରତକୁ ଏସ୍-୪୦୦ ମିସାଇଲ ଭେଟି ଦେବ ଋଷ

Share It

ଆଜି ଭାରତ ଆସିବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିନ ପୁଟିନ। ୨୧ତମ ଭାରତ-ଋଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ଋଷିଆ ରାଷ୍ଟ୍ରପତି। ଏହି ଅବସରରେ ଉଭୟ ଦେଶ ମଧ୍ୟରେ ପ୍ରଥମ ୨+୨ କଥାବର୍ତ୍ତା ହେବ। ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ମଧ୍ୟରେ ଏହି ଆଲୋଚନା ହେବ। ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏସ୍-୪୦୦ ମିସାଇଲ ଭେଟି ଦେବ ଋଷ ରାଷ୍ଟ୍ରପତି।
ଏହି ଗସ୍ତରେ ଭାରତ ଓ ଋଷ୍ ମଧ୍ୟରେ ବାଣିଜ୍ୟ, ଉର୍ଜା, ସଂସ୍କୃତି, ପ୍ରତିରକ୍ଷା, ମହାକାଶ ଓ ବୈଷେୟିକ କ୍ଷେତ୍ରରେ ଅନେକ ଦ୍ୱିପାକ୍ଷିକ ବୁଝାମାଣା ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାକ୍ଷର ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ସେହିପରି ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ବିନିମୟ ରାଜିନାମା ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଯୁଦ୍ଧ ସମୟରେ ଦୁଇଦେଶ ପରସ୍ପର ଇନ୍ଧନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଉପଯୋଗ କରିପାରିବେ।
ଆଲୋଚନାରେ ୭.୫ ଲକ୍ଷ ଏକେ-୨୦୩ ରାଇଫଲ, ମହାକାଶ, ସାମରିକ-ବୈଷୟିକ ସହଯୋଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର ହେବ। ଏସ-୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ କିଣିବା ଉପରେ ମଧ୍ୟ ଆଲୋଚନା ହେବ। ୨୦୧୮ରେ ଏସ୍-୪୦୦ ମିସାଇଲ ଡିଫେନ୍ସ କିଣିବା ଋଷ ସହ ଭାରତ ଚୁକ୍ତି କରିଥିଲା। ଏହାକୁ ବିଶ୍ବର ସବୁଠୁ ବିକଶିତ ମିସାଇଲ ପ୍ରତିରକ୍ଷା କୁହଯାଉଛି। ଋଷ ଛଡା ଏହା କେବଳ ତୁର୍କୀ ପାଖରେ ଅଛି। ଏହା ସହ ଋଷିଆ ଓ ଭାରତ ୨+୨ ଡାଏଲରରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହେବ। ୨୦୧୯ ବ୍ରିକ୍ସ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ପୁଟିନଙ୍କ ସହ ସମ୍ନାସମ୍ନି କଥା ହେବ।


Share It

Comments are closed.