କଂଗ୍ରେସକୁ ବାଦ ଦେଇ ବିଜେପି ବିରୋଧରେ ଅନ୍ୟ କୌଣସି ତୃତୀୟ ସାମୁଖ୍ୟ ଗଠନ କରିବାକୁ ମନା କଲା ଶିବସେନା
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୁଳ କଂଗ୍ରେସ (ଟିଏମସି) କୁ ଶିବସେନା ଏକ ବଡ଼ ଝଟକା ଦେଇଛନ୍ତି । ୟୁପିଏ ବିନା ଏକ ପୃଥକ ସାମ୍ମୁଖ୍ୟ ଗଠନ କରିବାକୁ ଶିବସେନା ମନା କରିଦେଇଛି । ସିଏମ ମମତା ବାନାର୍ଜୀ ଚାହୁଁଛନ୍ତି ଯେ ୟୁପିଏ ବ୍ୟତୀତ ଅନ୍ୟ ଆଞ୍ଚଳିକ ଦଳର ଏକ ସାମ୍ମୁଖ୍ୟ ବିଜେପି ବିରୋଧରେ ଗଠନ କରାଯାଉ ।
ଶିବସେନା ମୁଖପାତ୍ରର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ କଂଗ୍ରେସ ଦଳ ବିନା କୌଣସି ସାମ୍ମୁଖ୍ୟ ଗଠନ ହୋଇପାରିବ ନାହିଁ । ତୃତୀୟ-ଚତୁର୍ଥ ସାମ୍ମୁଖ୍ୟର କୌଣସି ଲାଭ ନାହିଁ । ଏହା ଦ୍ବାରା ଭୋଟ ବିଭାଜନ ହେବ । ୟୁପିଏକୁ ମଜବୁତ କରିବା ଆବଶ୍ୟକ । ସମସ୍ତେ ଏକାଠି ବସି କଥା ହେବା ଉଚିତ୍ । ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ତାଙ୍କ ନେତୃତ୍ୱକୁ ନେଇ କେହି ପ୍ରଶ୍ନ ଉଠାଇ ନାହାଁନ୍ତି ।
ଏହା ବ୍ୟତୀତ ଶିବସେନା ମୁଖପତ୍ର ‘ସାମନା’ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଟାର୍ଗେଟ କରିଛି । ସାମନାରେ ଏହା ଲେଖାଯାଇଥିଲା ଯେ ମମତାଙ୍କ ରାଜନୀତି କଂଗ୍ରେସ ଭିତ୍ତିକ ନୁହେଁ। ପଶ୍ଚିମବଙ୍ଗରୁ ସେ କଂଗ୍ରେସ, ବାମପନ୍ଥୀ ଏବଂ ବିଜେପିକୁ ସଫା କରିଛନ୍ତି । ଏହା ସତ୍ୟ, ତଥାପି କଂଗ୍ରେସକୁ ଜାତୀୟ ରାଜନୀତିରୁ ଦୂରେଇ ରଖି ରାଜନୀତି କରିବା ବର୍ତ୍ତମାନର ‘ଫାସିଷ୍ଟ’ ଶାସନର ଧାରାକୁ ଗୁରୁତ୍ୱ ଦେବା ଭଳି ।
Comments are closed.