ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ନେଇ ଇତିହାସ ରଚିଲେ ଏଜାଜ ପଟେଲ
ଭାରତ- ନ୍ୟୁଜିଲ୍ୟଣ୍ଡ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଲେ ଏଜାଜ ପଟେଲ। ଗୋଟିଏ ଟେଷ୍ଟ ଇନିଂସରେ ନେଲେ ୧୦ ୱିକେଟ୍। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ସମସ୍ତ ୱିକେଟ୍ ହରାଇ ୩୨୫ ରନ୍ ସଂଗ୍ରହ କରିଛି । ଏହି ଇନିଂସରେ ପ୍ରଥମ ଦିବସରେ ନ୍ୟୁଜିଲାଣ୍ଡ ବାମହାତୀ ସ୍ପିନର ଅଜାଜ ପଟେଲଙ୍କ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ପାଲଥିଲେ। ଭାରତୀୟ ଟିମ୍ ସମସ୍ତ ୧୦ଟି ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି ଏଜାଜ।
Only the third bowler to claim all 10 wickets in an innings in the history of Test cricket 🔥
Take a bow, Ajaz Patel! #WTC23 | #INDvNZ | https://t.co/EdvFj8QtKD pic.twitter.com/negtQkbeKd
— ICC (@ICC) December 4, 2021
ଅନ୍ୟ ପଟେ ଟିମ ଇଣ୍ଡିଆ ଓପନ୍ ମୟଙ୍କ ଅଗ୍ରଓ୍ବାଲ ଲଢ଼ୁଆ ବ୍ୟାଂଟି କରି ୧୫୦ ରନର ଚମତ୍କାର ଇନିଂସ ଖେଳିବା ସହ ନିଜକୁ ପ୍ରମାଣ କରିଦେଖାଇଛନ୍ତି। ଏଥିସହିତ ଅକ୍ଷର ପଟେଲ ୫୨ ରନ୍ ସଂଗ୍ରହ କରିଥିବା ବେଳେ ଶୁଭମାନ ଗିଲ ୪୪ ରନ୍ କରିଛନ୍ତି। ଏହି ତିନୋଟି ଖେଳାଳିଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିବେ ସଫଳ ନାହାନ୍ତି। ସୂଚନା ଯୋଗ୍ୟ ଏକଦା ମୁମ୍ବାଇରେ ଜନ୍ମିତ ଏଜାଜ ପଟେଲ ୮ବର୍ଷ ବୟସରେ ପରିବାର ସହ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ । ସେଠାକାର ନାଗରିକତ୍ୱ ପରେ ଏଜାଜ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି । ସେବେଠାରୁ ଏଜାଜ ମଧ୍ୟ ସେଠାରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ତର ଜାତୀୟ ଟିମରେ ସୁଯୋଗ ମିଳିଥିଲା। ସୁଯୋଗ ପାଇବା ପରେ ସେ କ୍ରମାଗତ ଦଳ ପାଇଁ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ନିଜ ଜନ୍ମ ମାଟିରେ ପ୍ରଥମ କରି ଖେଳୁଥିବା ଏଜାଜ ଆଜି ଚମତ୍କାର ବୋଲିଂ କରି ୧୦ଟି ୱିକେଟ୍ ନେଇଥିଲେ । ଚେତେଶ୍ୱର ପୂଜାରା, ବିରାଟ କୋହଲି, ରବି ଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ଖାତା ଖୋଲିବାକୁ ସେ ସୁଯୋଗ ଦେଇ ନଥିଲେ । ଶ୍ରେୟାସ ଆୟର ୧୮ ରନ୍, ରିଦ୍ଧିମାନ ଶାହା ୨୭ରନ୍,ଜୟନ୍ତ ୟାଦବ ୧୨ ରନ୍ ଓ ମହମ୍ମଦ ସିରାଜ ୪ ରନ୍ ସଂଗ୍ରହ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଏହାପୂର୍ବରୁ ୧୯୫୬ ମସିହାରେ ଜିମ ଲେକର ଏବଂ ୧୯୯୯ ରେ ଅନିଲ କୁମ୍ବଲେ ଏକ ଇନିଂସରେ ୧୦ ୱିକେଟ୍ ନେଇଥିଲେ।
Comments are closed.