ପ୍ରକାଶ ପାଇଲା +୨ ଅଫଲାଇନ ପରୀକ୍ଷାଫଳ

Share It

ଆଜି ପୂର୍ବାହ୍ନରେ +୨ ଅଫଲାଇନ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ପାସ ହାର ୬୮.୬୬% ରହିଛି। ଅଫଲାଇନରେ ମୋଟ ୧୨,୩୨୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮,୪୬୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ସୂଚନା ମିଳିଛି। ଅଫଲାଇନରେ ପରୀକ୍ଷାଫଳରେ ପାସହାର୍‍ ୬୮.୬୬%। ସେଥି ମଧ୍ୟରେ ଛାତ୍ରଙ୍କ ପାସହାର୍‍ ୬୨.୭% ଓ ଛାତ୍ରୀଙ୍କ ପାସହାର୍‍ ୬୭.୭୬% ରହିଛି।
ତେବେ କଳାରେ ୫,୭୦୧ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୫୮୬ ପାସ କରିଛନ୍ତି। ଏଥିରେ ପାସହାର ୬୨.୯୦% ରହିଛି। ବିଜ୍ଞାନରେ ୧,୪୮୬ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ୯୨୮ ପାସ କରିଛନ୍ତି। ଏଥିରେ ପାସହାର ୬୨.୪୪%। ବାଣିଜ୍ୟରେ ୪୨୦ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୨୮୮ ପାସ କରିଛନ୍ତି। ଏଥିରେ ପାସହାର ୬୮.୫୭%। ଧନ୍ଦାମୂଳକରେ ୨୬୪ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩୪ ପାସ କରିଛନ୍ତି। ଏଥିରେ ପାସହାର ୫୦.୭୫%। ଏହାସହ ମୋଟ ୭,୮୭୧ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ୪,୯୩୬ ପାସ କରିଛନ୍ତି ଓ ଛାତ୍ରଙ୍କ ପାସହାର ୬୨.୭୧% ରହିଛି।
ସେହିପରି କଳାରେ ୩,୯୭୫ ଛାତ୍ରୀ ପରୀକ୍ଷାଦେଇଥିବା ବେଳେ ୨,୭୨୪ ପାସ କରିଛନ୍ତି। ଏଥିରେ ପାସହାର ୬୮.୫୨%। ବାଣିଜ୍ୟରେ ୨୦୩ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୩୪ ଛାତ୍ରୀ ପାସ କରିଛନ୍ତି। ଏଥିରେ ପାସହାର ୬୬.୦୦%। ବିଜ୍ଞାନରେ ୮୪୬ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୭୩ ପାସ କରିଛନ୍ତି। ଏଥିରେ ପାସ ହାର ୬୭.୭୩%। ଧନ୍ଦାମୂଳକରେ ୧୭୬ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୩ ପାସ କରିଛନ୍ତି। ଏଥିରେ ପାସହାର ୫୨.୮୪%। ମୋଟ ୫୨୦୦ ଛାତ୍ରୀପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୨୪ ଛାତ୍ରୀ ପାସ କରିଛନ୍ତି। ଏହାସହ ପାସହାର ୬୭.୭୬% ପାସହାର ରହିଛି। ଅଫଲାଇନରେ ମୋଟ ୧୨,୩୨୧ ପରୀକ୍ଷାର୍ଥୀ ପରକ୍ଷା ଦେଇଥିଲେ।


Share It

Comments are closed.