ଇଇଏସ୍ଏଲ୍ ଦ୍ୱାରା ଆରମ୍ଭ ଡିଏସ୍ଏମ୍ କାର୍ଯ୍ୟକ୍ରମ ପାଇଁ ୪୪୧.୬୬ କୋଟି ଟଙ୍କାର ନିବେଶ ହାସଲ କରିବ ଓଡିଶା
ଭୁବନେଶ୍ୱର: ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ଏକ ଯୁଗ୍ମ ଉଦ୍ୟୋଗ, ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ (ଇଇଏସ୍ଏଲ୍), ଇନ୍ଷ୍ଟିଚ୍ୟୁଟ୍ ଫର୍ ସଷ୍ଟେନେବୁଲ କମ୍ୟୁନିଟିଜ୍ (ଆଇଏସ୍ସି) ସହ ମିଳିତ ହୋଇ ଓଡିଶାରେ ଡିସ୍କମ୍ଗୁଡିକ ପାଇଁ ଏକ ଉପଯୋଗିତା-ଆଧାରିତ ଡିମାଣ୍ଡ ସାଇଡ୍ ମ୍ୟାନେଜ୍ମେଂଟ୍ (ଡିଏସ୍ଏମ୍) ପ୍ରୋଗ୍ରାମର ଶୁଭାରମ୍ଭ କରିଛି । ଏଥିପାଇଁ ପର୍ଯ୍ୟାୟକ୍ରମେ ଓଡିଶାରେ ମୋଟ ୪୪୧.୬୬ କୋଟି ଟଙ୍କା ନିବେଶ କରାଯିବ । ପ୍ରାରମ୍ଭିକ ଯୋଜନା ପର୍ଯ୍ୟାୟରେ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ଓ ଟିପି ନର୍ଦ୍ଦନ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଦ୍ୱାରା ପ୍ରଦର୍ଶିତ କରାଯାଇଥିବା ଆଗ୍ରହ ଆଧାରରେ ଓଡିଶାକୁ ପାଇଲଟ୍ ପ୍ରକଳ୍ପ ଭାବେ ବିବେଚନା କରାଯାଇଛି । ଏହି ଡିଏସ୍ଏମ୍ କାର୍ଯ୍ୟକ୍ରମ ଜିଏଚ୍ଜି ନିର୍ଗମନ ସମେତ ଶକ୍ତି ବ୍ୟବହାର ହ୍ରାସ କରିବା ପାଇଁ ଶକ୍ତି ଦକ୍ଷ ଟେକ୍ନୋଲୋଜିଗୁଡିକର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମକୁ ଭବିଷ୍ୟତରେ ଝାଡଖଣ୍ଡ ଓ ତେଲେଙ୍ଗାନାରେ କାର୍ଯ୍ୟକାରୀ କରିବାକୁ ଯୋଜନା ରଖାଯାଇଛି ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଓଡିଶା ସରକାରଙ୍କ ଶକ୍ତି ବିଭାଗର ମୁଖ୍ୟ ସଚିବ, ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ, ଓଇଆର୍ସିର ଅଧ୍ୟକ୍ଷ ଶ୍ରୀ ୟୁ.ଏନ୍ ବେହେରା, ପି୪ଜିର ନିବେଶ ନିର୍ଦ୍ଦେଶକ ଶ୍ରୀ ସର୍ବିନ୍ଦର ସିଂହ, ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବୁଲ କମ୍ୟୁନିଟିଜ୍ର ନିର୍ଦ୍ଦେଶକ ବିବେକ ଅଧିଆ, ଇଇଏସ୍ଏଲ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏସ୍ ପି ଗଡନାୟକ ଓ ଇଇଏସ୍ଏଲ୍ର କ୍ଲଷ୍ଟର ହେଡ୍ ଶ୍ରୀ ଅଭିଶେକ ଗୁପ୍ତା ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ଏହି ଶୁଭାରମ୍ଭ ଅବସରରେ ସମ୍ବୋଧିତ କରି ଓଡିଶା ସରକାରଙ୍କ ଶକ୍ତି ବିଭାଗର ମୁଖ୍ୟ ସଚିବ, ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ କହିଛନ୍ତିଯେ, “ଦେଶର ଜଟିଳ ବିଦ୍ୟୁତ୍ ସଙ୍କଟକୁ ଦୂର କରିବା ପାଇଁ ଉପଯୋଗିତା ତଥା ସଂଶାଧନଗୁଡିକ ଏକ ସ୍ଥାୟୀ ଅଭିବୃଦ୍ଧି ପାଇଁ ଶକ୍ତି ଦକ୍ଷତାକୁ ଉନ୍ନତ କରିବା ଓ ଶକ୍ତି ଚାହିଦାକୁ ପୂରଣ କରିବା କାର୍ଯ୍ୟର ସମ୍ମୁଖୀନ ହେଉଛନ୍ତି । ଏହା ଓଡିଶାରେ ଉପଯୋଗିତା ଆଧାରିତ ଡିମାଣ୍ଡ ସାଇଡ୍ ମ୍ୟାନେଜ୍ମେଂଟ୍ (ଡିଏସ୍ଏମ୍) ପ୍ରୋଗ୍ରାମକୁ ଡିସ୍କମ୍ଗୁଡିକର ଆର୍ଥିକ ସ୍ଥିରତାକୁ ଉନ୍ନତ କରିବା ପାଇଁ ସକ୍ଷମ କରୁଛି । ଉପଭୋକ୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେବେ । ସେହିପରି ଓଇଆର୍ସିର ଅଧ୍ୟକ୍ଷ ୟୁ ଏନ୍ ବେହେରା କହିଛନ୍ତିଯେ, “ଓଡିଶାରେ ଶକ୍ତି ବ୍ୟବହାର ବଢିବା ସହିତ ଏହି ଡିଏସ୍ଏମ୍ କାର୍ଯ୍ୟକ୍ରମ ଶକ୍ତି ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏକ ଅତ୍ୟଧିକ ପ୍ରଭାବୀ ବ୍ୟବସ୍ଥା ରୂପେ ପ୍ରମାଣିତ ହେବ ।”
ଏହି କାର୍ଯ୍ୟକ୍ରମ ୮୬.୫୫ କୋଟି ଟଙ୍କାର ଏକ ନିବେଶ ସହିତ ପ୍ରାୟ ୪.୫ ଲକ୍ଷ ପୁରୁଣା ଫ୍ୟାନ୍ଗୁଡିକୁ ସୁପର୍-ଏଫିସିଏଂଟ୍ ଫ୍ୟାନ୍ଗୁଡିକ ସହ ପରିବର୍ତନ କରିବ । ଏହାଛଡା ପ୍ରାୟ ୪୫୦୦୦ ପୁରୁଣା ଏସିକୁ ୨୨୩.୮୩ କୋଟି ଟଙ୍କା ନିବେଶ ମାଧ୍ୟମରେ ନୂଆ ଶକ୍ତି ଦକ୍ଷ ଏସି ସହ ଏବଂ ୧୩୧.୨୮ କୋଟି ଟଙ୍କାର ନିବେଶ ସହିତ ୧୪୩୭୦ଟି ପୁରୁଣା ମୋଟର୍କୁ ଆଇଇ୩ ମୋଟର୍ ସହିତ ସ୍ଥାନାନ୍ତର କରାଯିବ । କାର୍ଯ୍ୟକାରୀ ହେବା ପରେ ଏହି ଡିଏସ୍ଏମ୍ ପ୍ରକଳ୍ପ ଅନ୍ୟାନ୍ୟ ସମ୍ବନ୍ଧିତ ଲାଭ ସହିତ ଓଡିଶାର ଡିସ୍କମ୍ଗୁଡିକ ପାଇଁ ୧୨ରୁ ୧୩ କୋଟି ଟଙ୍କାର ଆର୍ଥିକ ସଂଚୟ ସୃଷ୍ଟି କରିବ, ଯାହାଫଳରେ ଡିସ୍କମ୍ର ଉପଭୋକ୍ତାମାନେ ୭୩.୫୭ କୋଟି ଟଙ୍କା ସଂଚୟ କରିପାରିବେ । ଡିଏସ୍ଏମ୍ ଓଡିଶା ବଢୁଥିବା ବିଦ୍ୟୁତ୍ ଯୋଗାଣ ଖର୍ଚ୍ଚ, ବିଦ୍ୟୁତ୍ ସବ୍ସିଡି, ଜଳବାୟୁ ପରିବର୍ତନ, ପରିବେଶ ଅବନ୍ନତି ଓ ଶକ୍ତି ସୁରକ୍ଷା ଚିନ୍ତା ଭଳି ସମସ୍ୟାଗୁଡିକୁ ଦୂର କରିବାକୁ ସକ୍ଷମ ହେବ ।
Comments are closed.