ପୁଣି ଆସିପାରେ କରୋନା ଭଳି ଆଉ ଏକ ମହାମାରୀ, ଚୀନ ବଜାରରେ ମିଳିଲା ୧୮ବିପଦ ପୂର୍ଣ୍ଣ ଭାଇରସ !

Share It

ବିଶ୍ୱରେ କରୋନା ଭାଇରସ ତା’ର କାୟା ବିସ୍ତାର କରିଛି । ଏବେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଖବର ସମ୍ନାକୁ ଆସୁଛି । ଚୀନ ବଜାରରେ ଅତି କମରେ ୧୮ବିପଦ ପୂର୍ଣ୍ଣ ଭାଇରସ ଅଛି ଯାହା ପୁଣି ଏକ ମହାମାରୀ ବିସ୍ତାର କରିପାରନ୍ତି । ବିଶେଷ କରି ଚୀନ ବଜାରକୁ ନେଇ ଏକ ଗବେଷଣା କରାଯାଇଛି । ଜନୈକ ବୈଜ୍ଞାନିକ କହିଛନ୍ତି ଯେ, ଚୀନ ବଜାରରେ ବିକାଯାଉଥିବା ପଶୁ ଏବଂ ତା’ର ମାଂସରୁ ପୁଣି ଗୋଟିଏ ମହାମାରୀ ଆସିପାରେ । ରିପୋର୍ଟରେ କୁହାଯାଇଛି ଯେଉଁ ମାଂସ ସେଠାରେ ବିକ୍ରି କରାଯାଉଛି ସେଥିରୁ କେତେକ ପ୍ରକାରର ରୋଗ ହୋଇଥାଏ। ଯାହା ମନୁଷ୍ୟ ଲାଗି ବିପଦ ।

ଦ ଷ୍ଟୁଣ୍ଡେଟ୍ସ ଟାଇମ୍ସ ଅନୁଯାୟୀ ଗୋଟିଏ ଡର୍ଜନରୁ ଅଧିକ ସ୍ତନଧାରୀ ପଶୁଙ୍କୁ କିଣିବା ଓ ତା’ର ମାଂସ ବିକିବା ଉପରେ ଏହି ଗବେଷଣା କରାଯାଇଥିଲା। ସେଥିରେ ଜଣାପଡ଼ିଥିଲା କି ଏଥିରେ ୭୧ପ୍ରକାରର ଭାଇରସ ଅଛି। ଏଥିରୁ ୧୮ଏଭଳି ପଶୁ ଏବଂ ମଣିଷମାନଙ୍କ ଲାଗି ବିପଦ ସୃଷ୍ଟି କରିବ। ସିଡନୀ ୟୁନିଭର୍ସିଟିର ଜଣେ ଲେଖକ ଏଡବର୍ଡ ହୋମ୍ସ କହିଛନ୍ତି କି, ଏକ ଗବେଷଣାରୁ ଭାବିବାକୁ ପଡ଼ିଥାଏ ଯେ ବନ୍ୟଜନ୍ତୁ ବେପାର ଏବଂ ମାଂସକୁ ବିକ୍ରି କଲେ କାହିଁକି ବଜାରରେ ମହାମାରୀ ବିସ୍ତାର ହୋଇଥାଏ। ଏହି ଗବେଷଣାରୁ ଜଣାପଡ଼ିଛି କି, ମଣିଷ ନିୟମିତ ଭାବେ ଭାଇରସକୁ ଅନ୍ୟ ଜୀବଜନ୍ତୁ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ସ୍ପଷ୍ଟ ଭାବେ ଦୁଇ ତରଫରୁ ଭାଇରସ ଟ୍ରାଫିକ ହୋଇଥାଏ।

କରୋନା ଭାଇରସ ଏପରି ହିଁ ବିସ୍ତାର ହୋଇଥିଲା । ପ୍ରଥମ ମାମଲା ଡିସେମ୍ବର ୨୦୧୯ରେ ଉହାନରେ ଦେଖାଦେଇଥିଲା। ସେତେବେଳେ ଏହା କୁହାଯାଇଥିଲା କି ଭାଇରାସ ଏପରି କିଛି ମାର୍କେଟରୁ ବିସ୍ତାର ହୋଇଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ଏହି କଥାର ସ୍ପଷ୍ଟ ହୋଇନାହିଁ କି କେଉଁ ମାର୍କେଟରୁ କରୋନା ଭାଇରସ ବିସ୍ତାର ହୋଇଥିଲା। କିନ୍ତୁ ମିଡିଆ ରିପୋର୍ଟରେ କେତେକ ଥର ଚୀନକୁ ଏଥିଲାଗି ଦାୟୀ ବୋଲି କୁହାଯାଇଥିଲା ।


Share It

Comments are closed.