ରାହୁଲ ଓ ପ୍ରିୟଙ୍କାଙ୍କୁ ଲଖିନପୁର ଯିବାକୁ ମିଳିଲା ଅନୁମତି

Share It

ଉତ୍ତରପ୍ରଦେଶ ସରକାରଙ୍କ ଗୃହ ବିଭାଗ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ୩ଜଣଙ୍କୁ ଲଖିନପୁର ଖୀରୀ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି। ଲଖିନପୁର ଯିବାକୁ ରାହୁଲ ଦିଲ୍ଲୀରୁ ଲଖନଊ ଅଭିମୁଖେ ବାହାରି ସାରିଥିବା ଜଣାପଡ଼ିଛି। ଲଖନଊରୁ ଲଖିନପୁର ଯିବାକୁ ଚେଷ୍ଟା କରିବେ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଖିନପୁର ଖୀରୀରେ ହୋଇଥିବା ହିଂସାକୁ ଆଜି ୩ ଦିନ ପୁରିଛି। ହିଂସାର ପ୍ରକୃତ ଦୋଷୀ କିଏ ଜଣାପଡ଼ି ନଥିବାବେଳେ ଚାରିଆଡ଼ୁ ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସୁଛି।


Share It

Comments are closed.