ଦୀପିକା ପାଦୁକୋନ୍‌ଙ୍କ ସହଭାଗିତାରେ ଲିଭାଇସ୍ ପକ୍ଷରୁ ନୂଆ କଲେକ୍ସନର ଉନ୍ମୋଚନ

Share It

ଭୁବନେଶ୍ୱର: ଲିଭାଇସ୍ ପକ୍ଷରୁ ଷ୍ଟାଇଲ୍ ଆଇକନ୍ ଓ ବ୍ରାଣ୍ଡ୍ ଆମ୍ବାସାଡର୍ ଦୀପିକା ପାଦୁକୋନ୍‌ଙ୍କ ସହିତ ଏହାର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଲିଭାଇସ୍‌ଆର ଏକ୍ସ ଦୀପିକା ପାଦୁକୋନ୍ ହେଉଛି ଏକ କଲେକ୍ସନ ଯାହା ବାସ୍ତବରେ ଏହି ଆଇକନ୍‌ଙ୍କ ଫ୍ୟାଶନ ସମ୍ବେଦନଶୀଳତା ଓ ପ୍ରାମାଣିକ ଷ୍ଟାଇଲ୍‌କୁ ବ୍ୟାଖ୍ୟା କରୁଛି । ଲିଭାଇସ୍‌ର ପ୍ରାମାଣିକ ଷ୍ଟାଇଲ୍ ସହ ଜଡିତ ଏବଂ ପାଦୁକୋନ୍‌ଙ୍କ ସିଗ୍ନେଚର ଷ୍ଟାଇଲ୍ ସହିତ ଅପ୍‌ଡେଟେଡ୍ ହୋଇଥିବା ଏହି ପ୍ରାରମ୍ଭିକ ଲିଭାଇସ୍‌ଆର ଏକ୍ସ ଦୀପିକା ପାଦୁକୋନ୍ କଲେକ୍ସନ କମ୍ପାନୀର ଜିନ୍ସ ଓ ଡେନିମ ଶୃଙ୍ଖଳା ମାଧ୍ୟମରେ ଲିଭାଇସ୍‌ର କ୍ଲାସିକ୍‌ଗୁଡିକୁ ପୁନଃକଳ୍ପନା କରିବା ସହିତ ପାଦୁକୋନ୍‌ଙ୍କ ସିଗ୍ନେଚର ଫେଭରାଇଟ୍ ଯେପରିକି ଆଥ୍‌ଲେଜର ପିସେସ୍‌, ଏଜି ଫକ୍ସ ଲେଦର୍ ପ୍ୟାଂଟ୍ ଓ ଓଭର୍‌ସାଇଜ୍ ସାର୍ଟଗୁଡିକର ଶୁଭାରମ୍ଭ କରିଛି । ଏସମ୍ପର୍କରେ ପାଦୁକୋନ୍ କହିଛନ୍ତି, “ଲିଭାଇସ୍ ସହିତ ମୋର ପ୍ରଥମ ସହଭାଗିତା ସହ ଏହି ପ୍ରୟାସ ଥିଲା ଯେ ଏହା ମୋର ବ୍ୟକ୍ତିଗତ ଷ୍ଟାଇଲ୍‌ର ଏକ ପ୍ରାମାଣିକ ଉପସ୍ଥାପନା ହେଉ । ଏବଂ ମୁଁ ବିଶ୍ୱାସ କରୁଛି ଯେ, ଆମେ ଉକ୍ତ ଲକ୍ଷ୍ୟ ଦିଗରେ ବାସ୍ତବ ରହିବାକୁ ସକ୍ଷମ ହୋଇଛୁ ।”

ଏହି ସହଭାଗିତା ଲଙ୍ଗ୍ ଭାର୍‌ସିଟି ଜ୍ୟାକେଟ୍‌, କୋ-ଅର୍ଡ ସ୍ୱିଟ୍‌ସାର୍ଟସ୍‌, କ୍ରପ୍‌-ଟପ୍ ଓ ବ୍ରାଲେଟ୍ ଆଦି ମାଧ୍ୟମରେ ପାଦୁକୋନ୍‌ଙ୍କ ଅଲ୍‌ଟ୍ରା-କାଜୁଆଲ ଷ୍ଟାଇଲ୍‌କୁ ଆହୁରି ଜୀବନ୍ତ କରୁଛି । ଆପଣମାନେ ଏଜି ଫକ୍ସ ଲେଦର୍ ପ୍ୟାଂଟ୍ ଓ ଏକ ଅଲ୍ ଡେନିମ୍ ଜମ୍ପସୁଟ୍ ଦେଖିବେ । ଏଥିରେ ଲିଭାଇସ୍ ଡେନିମ୍‌ଗୁଡିକର ଆଧୁନିକ ଓ ଅପ୍‌ଡେଟେଡ୍ ଭର୍ସନ, ଅଧିକ ଲମ୍ବା ଓ କ୍ରପ୍‌ଡ ଟ୍ରକର୍ ଜ୍ୟାକେଟ୍ ସହ ପେୟାର ହେଉଥିବା ଟ୍ରେଣ୍ଡରେ ଥିବା ନୂଆ ୭୦ଦଶକର-ଇନ୍‌ସ୍ପାୟାର୍‌ଡ ୱେଷ୍ଟ ଜିନ୍ସ ଏବଂ କଟ୍ ଆଣ୍ଡ ସ୍ୟୁ ୱାଇଡ୍ ଲେଗ୍ ସିଲ୍‌ହୌଟେ, ଓଭର୍‌ସାଇଜ୍ ସାର୍ଟଗୁଡିକର ଏକ ରେଞ୍ଜ୍‌, ଅର୍ଗାଞ୍ଜା ସ୍ଲିଭ୍ ସହିତ ସଫ୍ଟ ରୋମାଂଟିକ୍ ଟପ୍‌, ଇଜି ଗ୍ରାଫିକ୍ ଟିସାର୍ଟ ଓ ଏଲିଭେଟେଡ୍ ସ୍ୱିଟ୍‌ସାର୍ଟ ଆଦି ସାମିଲ ରହିଛି । ସାମଗ୍ରିକ ଭାବେ ଏହି କଲେକ୍ସନରେ ଆକର୍ଷଣୀୟ ପୋଷାକମାନ ରହିଛି ଯାହା ଯେକୌଣସି ୱାର୍ଡରୋବ୍‌ରେ ସ୍ୱତନ୍ତ୍ର ଦେଖାଯିବ ।

ଲିଭାଇସ୍‌ର ସାଉଥ୍ ଏସିଆ, ମିଡିଲ୍ ଇଷ୍ଟ ଓ ଆଫ୍ରିକା- ଏସ୍‌ଭିପି ଓ ଏମ୍‌ଡି ସଞ୍ଜୀବ ମହାନ୍ତି କହିଛନ୍ତିଯେ, “ଆମେ ଖୁବ୍ ରୋମାଂଚିତ ଯେ, ଲିଭାଇସ୍ ପାଇଁ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଦୀପିକା ପାଦୁକୋନଙ୍କ ପ୍ରଥମ ସହଭାଗିତା ଖୁବ୍ ଆଇକୋନିକ୍ ତଥାପି ବ୍ୟକ୍ତିଗତ ରହିଛି । ଲିଭାଇସ୍ ସବୁବେଳେ ‘ପ୍ରାମାଣିକ ଆତ୍ମ-ଅଭିବ୍ୟକ୍ତି’ରେ ବିଶ୍ୱାସ ରଖିଥାଏ ଏବଂ ଏହି ସହଭାଗିତା ହେଉଛି ଠିକ୍ ସେହିପରି । ଆମେ ଦୀପିକାଙ୍କର ଷ୍ଟାଇଲ୍‌ର ଆଇକୋନିକ୍ ସେନ୍ସ ଓ ଉପଭୋକ୍ତାଙ୍କ ଉପରେ ତାହାର ପ୍ରଭାବ କାରଣରୁ ତାଙ୍କ ସହ କାମ କରିବାକୁ ଚାହୁଁଥିଲୁ । ରଙ୍ଗ, ଫ୍ୟାବ୍ରିକ୍ ଓ ସିଲ୍‌ହୌଟେକୁ ନେଇ ତାଙ୍କ ବୁଝିବା ଶକ୍ତି ସ୍ୱତନ୍ତ୍ର ଓ ଅତ୍ୟଧିକ ବ୍ୟକ୍ତିଗତ । ଏହି ସହଭାଗିତା ସହିତ ଆମେ ନୂଆ ଫ୍ୟାବ୍ରିକ୍‌, ଫିନିଶ୍ ଓ ଫିଟ୍‌ର ସମାବେଶକୁ ଦେଖୁଛୁ ।”

ଲିଭାଇସ୍‌ଆର ଏକ୍ସ ଦୀପିକା ପାଦୁକୋନ୍ କଲେକ୍ସନକୁ ଦାୟିତ୍ୱର ସହିତ ସ୍ଥାୟିତ୍ୱ ପ୍ରତି ଲିଭାଇସ୍‌ର ପ୍ରତିବଦ୍ଧତା ସହ ଜଡିତ ରହି ପ୍ରସ୍ତୁତ କରାଯାଇଛି । ଅର୍ଗାନିକ୍ କଟନ, ଉଡ୍ ପଲ୍‌ପରୁ ନିର୍ମିତ ଅତ୍ୟଧିକ ନରମ ଟେନ୍‌ସେଲ୍‌, କଟନାଇଜ୍‌ଡ ହେମ୍ପ ଓ ବ୍ରାଣ୍ଡର ୱାଟର୍‌ଲେସ୍ ଟେକ୍ନୋଲୋଜି ସହ ଉତ୍ପାଦିତ ଡେନିମ୍ ଆଦି ସାମିଲ ଥିବା ଏହି ଶୃଙ୍ଖଳା ଉପଭୋକ୍ତାଙ୍କୁ ସ୍ଥାୟିତ୍ୱକୁ ଆଗରେ ରଖି ଏକ ଷ୍ଟେଟ୍‌ମେଂଟ୍ ପ୍ରସ୍ତୁତ କରିବାକୁ ଅନୁମତି ଦେଉଛି । ଲିଭାଇସ୍‌ଆର ଏକ୍ସ ଦୀପିକା ପାଦୁକୋନ୍ କଲେକ୍ସନ ଲିଭାଇସ୍‌ର ରିଟେଲ୍ ଆଉଟ୍‌ଲେଟ୍‌, ଏଲ୍‌ଇଭିଆଇ ଡଟ୍ ଇନ୍ ଓ ନିର୍ଦ୍ଧିଷ୍ଟ ପାର୍ଟନର୍ ଇକମର୍ସ ପ୍ଲାଟ୍‌ଫର୍ମଗୁଡିକରେ ଅକ୍ଟୋବର ୮ରେ ଉପଲବ୍ଧ ହେବ ।


Share It

Comments are closed.