ଚୀନକୁ ତାଇୱାନର କଡ଼ା ଚେତାବନୀ, କହିଲା “ଆକ୍ରମଣ କରିବ ତ ପରିଣାମ ଭୟଙ୍କର ହେବ”

Share It

ଚୀନକୁ ତାଇୱାନର କଡ଼ା ଚେତାବନୀ। ଆକ୍ରମଣ କରିବ ତ ଏହାର ଜବାବ ଦିଆଯିବ। ତାଇୱାନ କହିଛି କି ଯଦି ଚୀନ କିଛି ଦିନ ପର୍ଯ୍ୟନ୍ତ ବେଜିଂର ଯୁଦ୍ଧ ବିମାନରେ ଅନୁପ୍ରବେଶ ପରେ ଚୀନ୍ ଏହି ଦ୍ୱୀପକୁ ଦଖଲ କରେ ତେବେ ଏହାର ଆଞ୍ଚଳିକ ଶାନ୍ତି ପାଇଁ ବିପର୍ଯ୍ୟସ୍ତ ପରିଣାମ ହେବ। ତାଇୱାନର ରାଷ୍ଟ୍ରପତି ତ୍ସାଇ ଇଂ ୱେନ ସଫା ସଫା କହିଛନ୍ତି କି ନିଜକୁ ବଞ୍ଚାଇବା ଲାଗି ଯାହା କିଛି କରିବାକୁ ହେବ ତାଇୱାନ ପଛେଇବ ନାହିଁ।

ତାଇୱାନ ଉପରେ ପ୍ରଭାବ ପକାଉଛି ଚୀନ

ଶୁକ୍ରବାରଠାରୁ ଏବେ ପର୍ଯ୍ୟନ୍ତ ପାଖାପାଖି ୧୫୦ଚୀନ ଯୁଦ୍ଧ ବିମାନ ତାଇୱାନର ବାୟୁମଣ୍ଡଳର ଉଲ୍ଲଘଂନ କରିଛି । ସୋମବାର ୫୬ଜେଟ ବିମାନ ତାଇୱାନର ବାୟୁମଣ୍ଡଳରେ ଉଡ଼ାଣ ଭରିଛି, ଯେପରି ଚୀନ ଆକ୍ରମଣ କ୍ଷେତ୍ରରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ରିପୋର୍ଟରେ କୁହାଯାଇଛି କି ବେଜିଂ ତାଇୱାନର ରାଷ୍ଟ୍ରପତି ତ୍ସାଇ ଇଂ ୱେନ ୨୦୧୬ରେ ଏକ ସ୍ୱତନ୍ତ୍ର ତାଇୱାନ ରାଷ୍ଟ୍ରପତି ଭାବେ ଚୟନ ହୋଇଥିଲେ। ସେବେଠାରୁ ଚୀନ ତାଙ୍କ ଉପରେ ପ୍ରଭାବ ପକାଉଛି।

ଚୀନ ଆକ୍ରୋଷର ଶିକାର ହେଉଛି ଅଷ୍ଟ୍ରେଲିଆ

ଚୀନ ଗଣମାଧ୍ୟମ ପକ୍ଷରୁ କିଛି ଦିନ ପୂର୍ବରୁ ଏକ ଚେତାବନୀ ଜାରି କରାଯାଇଛି। ଯେଉଁଥିରେ ପଚରାଯାଇଛି ଅଷ୍ଟ୍ରେଲିଆ କ’ଣ ଯୁଦ୍ଧରେ ତାଇୱାନର ସାଥ ଦେବାକୁ ପ୍ରସ୍ତୁତ ଅଛି। ଉଲ୍ଲେଖନୀୟ ଯେ, ଅଷ୍ଟ୍ରେଲିଆ ବ୍ରିଟେନ ଏବଂ ଆମେରିକା ସହ ଏକ ନୂଆ ସୁରକ୍ଷା ଚୁକ୍ତିନାମା ଉପରେ ସ୍ୱାକ୍ଷର କରିବା ପରେ ଚୀନ ଆକ୍ରୋଶର ଶୀକାର ହେଉଛି। ବାସ୍ତବରେ ଆମେରିକା, ୟୁନାଇଟେଡ କିଙ୍ଗଡମ ଏବଂ ଅଷ୍ଟ୍ରେଲିଆ ସାମରିକ ବୁଡ଼ାଯାହାଜର ଟେକ୍ନୋଲୋଜି ସେୟାର କରିବା ଉପରେ ସହମତି ହୋଇଛି। ଏଥିଯୋଗୁ ଚୀନ ନାରାଜ ଅଛି। କାରଣ ଏଥିରେ ଦକ୍ଷିଣ ଚୀନ ସାଗରରେ ଶକ୍ତିର ସନ୍ତୁଳନ ବଦଳି ଯିବ।

ତାଇୱାନ ରାଷ୍ଟ୍ରପତିଙ୍କ ଚେତାବନୀ

ତାଇୱାନର ରାଷ୍ଟ୍ରପତି ତ୍ସାଇ ଇଂଗ ୱେନ କହିଛନ୍ତି ଯେ, ତାଙ୍କୁ ମନେ ରଖିବାକୁ ହେବ ଯେ ଯଦି ତାଇୱାନ ଉପରେ କବ୍ଜା ହେବ ତେବେ ପରିଣାମ ଆଞ୍ଚଳିକ ଶାନ୍ତି ଏବଂ ଲୋକତାନ୍ତ୍ରିକ ଗଠବନ୍ଧନ ବ୍ୟବସ୍ଥା ଲାଗି ବିନାଶକାରୀ ହେବ। ରାଷ୍ଟ୍ରପତିଙ୍କ ଏହି ବୟାନ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଚୀନ ତାଇୱାନ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ଲାଗିଛି। କହି ରଖୁଛୁକି ତାଇୱାନ ନିଜେ ନିଜକୁ ଏକ ମୁକ୍ତ ଲୋକତାନ୍ତ୍ରିକ ଆଇଲାଣ୍ଡ ଭାବେ ଦେଖୁଛି। ମାତ୍ର ଚୀନ କହୁଛି କି ତାଇୱାନ ତା’ର ଏକ ଖଣ୍ଡ ଅଟେ।


Share It

Comments are closed.