ଅପମାନ ଉପରେ ଅପମାନ, ପାକିସ୍ତାନକୁ ପୁଣି ଥରେ ଝଟକା ଦେଲା ଆମେରିକା

Share It

ନିକଟରେ ଆମେରିକରେ ଏକ ବିଲ୍ ଆଗତ କରାଯାଇଛି, ଯାହାକୁ ନେଇ ପାକିସ୍ତାନରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆଣ୍ଟି ତାଲିବାନ ବିଲ୍‌ରେ ତାଲିବାନ ଓ ତାଙ୍କର ସହଯୋଗୀଙ୍କ ଉପରେ ଆର୍ଥିକ କଟକଣା ଲଗାଇବାର କଥା କୁହାଯାଇଛି। ଏହି ବିଲ୍‌ ସାମନାକୁ ଆସିବା ପରେ ପାକିସ୍ତାନର ବହୁ ରାଜନେତା ବୟାନ ଦେଇଛନ୍ତି। ଅଧିକାଂଶ ନେତାଙ୍କର କହିବା ଅନୁସାରେ, ତରବରିଆ ଭାବରେ ଆଫଗାନିସ୍ତାନରୁ ବାହାରିଥିବା ଆମେରିକା ଏବେ ନିଜର ଗତିବିଧିକୁ ଲୁଚାଇବା ପାଇଁ ପାକିସ୍ତାନକୁ ଟାର୍ଗେଟ କରୁଛି। ଆମେରିକାର ସାଥ୍ ଦେବା ପାଇଁ ପାକିସ୍ତାନକୁ ତାହାର ମୂଲ୍ୟ ଦେବାକୁ ପଡୁଛି। ତେବେ ଆମେରିକା ମଧ୍ୟ ଏହି ମାମଲାରେ କଡା ଆଭିମୁଖ୍ୟ ଦେଖାଇଛି।

ଆମେରିକା କହିଛି ଯେ, ସେ ଦୀର୍ଘ ସମୟ ଧରି ଏହି କଥାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ଯେ, ଆଫଗାନିସ୍ତାନର ସୀମାରେ ପାକିସ୍ତାନର ଆତଙ୍କବାଦୀଙ୍କୁ ଶରଣ ଦିଆଯାଉଛି। ଉଲ୍ଲେଖନୀୟ ଯେ, ଆଫଗାନିସ୍ତାନ ଓ ଆମେରିକା ଏହା ପୂର୍ବରୁ ପାକିସ୍ତାନର ଏହି କଥାକୁ ନେଇ ଆଲୋଚନା କରିଥିଲା ଯେ, କାହିଁକି ତାଲିବାନର ଯୋଦ୍ଧାଙ୍କୁ ପାକିସ୍ତାନରେ ସ୍ଥାନ ମିଳୁଛି ଓ କାହିଁକି ତାଙ୍କୁ ମେଡିକାଲ ଟ୍ରିଟମେଣ୍ଟ ଦିଆଯାଉଛି?


Share It

Comments are closed.