ହାତରେ ତମ୍ବା କଡା ପିନ୍ଧିଲେ ମିଳେ ଅନେକ ଫାଇଦା, ଜାଣନ୍ତୁ ଏହାର ଉପକାରିତା
କିଛି ଲୋକେ ହସ୍ତରେ ତମ୍ବା,ପିତ୍ତଳ କିମ୍ବା ଚାନ୍ଦିର କଡା ପିନ୍ଧିଥାଆନ୍ତି। ତମ୍ବା ସୂର୍ଯ୍ୟଗ୍ରହ,ପିତ୍ତଳ ବୃହସ୍ପତି ଗ୍ରହ ଓ ଚାନ୍ଦି ଚନ୍ଦ୍ର ଗ୍ରହକୁ ଶକ୍ତିଶାଳୀ କରିଥାଆନ୍ତି। ତେବେ ଜାଣନ୍ତୁ ତମ୍ବାର କଡା ପିନ୍ଧିବା ଦ୍ୱାରା କି ଲାଭ ମିଳିଥାଏ….
ତମ୍ବାର କଡା ପିନ୍ଧିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହାକୁ ପିନ୍ଧିବା ଦ୍ୱାରା ଶରୀରର ଅନେକ କଷ୍ଟ ମଧ୍ୟ ଦୂର ହୋଇଥାଏ।
ଏହାକୁ ପିନ୍ଧିବା ଦ୍ୱାରା କୋଲେଷ୍ଟେରୋଲ ସହ ରକ୍ତ ପ୍ରବାହ ନିୟନ୍ତ୍ରିତ ହୋଇଥାଏ।
ଏହାଦ୍ୱାରା ଚର୍ମକୁ ସୁରକ୍ଷା ଦେବା ସହ କୁଞ୍ଚନ ସୃଷ୍ଟି ହୋଇନଥାଏ ।
ହିମୋଗ୍ଲୋବିନ ସ୍ତରକୁ ମଧ୍ୟ ସଠିକ ରଖିଥାଏ।
ଏହା ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖିଥାଏ।
ନକରାତ୍ମକ ଶକ୍ତିରୁ ମଧ୍ୟ ରକ୍ଷା କରିଥାଏ।
ଏହି କଡା ପିନ୍ଧିବା ଦ୍ୱାରା ସୂର୍ଯ୍ୟଙ୍କ ଉତ୍ତମ ଫଳ ମିଳିବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଏହି କଡା ଧାରଣ କରିବା ଦ୍ୱାରା ପ୍ରଭୁ ହନୁମାନଙ୍କ ବିଶେଷ କୃପା ମିଳିଥାଏ।
ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜଭୂତ ହୋଇଥାଏ। ଏହାକୁ ପିନ୍ଧିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଉଚିତ।
Comments are closed.