କିପରି କଟିବ ଆଜି ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ
ମେଷ: ସକାଳ ୭ଟା ୧୭ ମିନିଟ୍ ପରେ ତୃତୀୟ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । କର୍ମରେ ଉନ୍ନତି, ସଫଳତା ଓ ନୂତନ କର୍ମାରମ୍ଭର ପ୍ରୟାସ ଜାରି ରଖିବେ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନଙ୍କର ପିତୃଗୃହ ପ୍ରତି ଆସକ୍ତି ପ୍ରକାଶ ପାଇବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ସ୍କନ୍ଦ ।
ବୃଷ: ସକାଳ ୭ଟା ୧୭ ମିନିଟ୍ ପରେ ଦ୍ୱିତୀୟ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ ମନ ଅସ୍ଥିର ରହିବ । କର୍ମରେ ଆଳସ୍ୟତା, ଅନାଗ୍ରହ ଓ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା-ମା’ ସମଲେଶ୍ୱରୀ ।
ମିଥୁନ: ଧନ, ମାନ, ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ କିଛିଟା ସୁଧାର ଆସିବ । କର୍ମରେ ସଫଳତା, ସମ୍ମାନ ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଆମୋଦପ୍ରମୋଦରେ ମନ ଦେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା- ମା’ ଭୈରବୀ ।
କର୍କଟ: ସକାଳ ୭ଟା ୧୭ ମିନିଟ୍ ପରେ ଦ୍ୱାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ କମ୍ ରହିବ ଏବଂ ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତ ହେବେ । ମନରୁ କୁଚିନ୍ତା, କୁଭାବନା ଲୋପ ପାଇବ ଓ କୁସଙ୍ଗ ପରିତ୍ୟାଗ କରିବେ । କର୍ମରେ ସଫଳତା, ସମସ୍ତ ଅଟକିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଉଦ୍ଯୋଗ କରିବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା-ମା’ ଭୁବନେଶ୍ୱରୀ ।
ସିଂହ : ଏକାଦଶ ଚନ୍ଦ୍ର ହେତୁ ଆୟ ପ୍ରତି ଓ ବ୍ୟବସାୟ ପ୍ରତି ଅଧିକ ଆଗ୍ରହ ଏବଂ ଆନ୍ତରିକତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଅର୍ଜିତ ଧନକୁ ସତ୍ବାଟରେ ଖର୍ଚ୍ଚ କରିବେ । କର୍ମରେ ସଫଳତା ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ଯେଉଁମାନଙ୍କର ପୂର୍ବ ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ । ମହିଳାମାନେ ଆୟର ପନ୍ଥା ଅନୁସରଣ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଗଜାନନ ।
କନ୍ୟା: ସକାଳ ୭ଟା ୧୭ ମିନିଟ୍ ପରେ ଘାତଚନ୍ଦ୍ର ହେତୁ କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ବିପଦ ଦେଖାଦେବ । କୌଣସି କର୍ମରେ ମନ ଲାଗିବ ନାହିଁ ଏବଂ କର୍ମରେ ଯେତେ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିବାର ସମ୍ଭାବନା କମ୍ । ମନରୁ ସତ୍ଚିନ୍ତା, ସତ୍ଭାବନା ଲୋପ ପାଇବ ଓ ଚାଲିଚଳନ ବ୍ୟବହାର ବିବାଦୀୟ ହେବ । ବ୍ୟବସାୟରେ ମଧ୍ୟମ ଆୟ ଓ ଆୟର ଅଧାଭାଗ ଅଯଥା ଖର୍ଚ୍ଚରେ ଯିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ତ୍ରିପୁରସୁନ୍ଦରୀ ।
ତୁଳା : ଅଷ୍ଟମ ଓ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ସତର୍କତା ଜରୁରୀ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ । ମାନ ସମ୍ମାନ ହାନି ହେବ ଏବଂ ନିଜର ପ୍ରିୟବନ୍ଧୁଙ୍କ ସହ ସମ୍ପର୍କ ଛିନ୍ନ ହେବ । କର୍ମରେ ବିଫଳତା ଓ ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୧୨, ଆରାଧନା-ମା’ କମଳା ।
ବିଛା: ସକାଳ ୭ଟା ୧୭ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ପରେ ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଯାନବାହନ ଆରୋହଣ ଓ ଇଲେକ୍ଟ୍ରିକ ଗ୍ୟାସ୍ ବ୍ୟବହାର କାଳରେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ ଆୟର କିଛି ଅଂଶ ବଦଖର୍ଚ୍ଚରେ ଯିବ । କର୍ମରେ ବିଫଳତା, ଅନାଗ୍ରହ, ଆଳସ୍ୟତା ଏବଂ ସମସ୍ତ କର୍ମରେ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଦୁଃଖୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ ।
ଧନୁ: ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନଲାଭ ହେବ । କର୍ମରେ ସଫଳତା, ସମ୍ମାନ, ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା ।
ମକର: ଘାତବାର ଓ ଷଷ୍ଠ ଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ । ମହିଳାମାନେ ସ୍ୱାଭିମାନୀ ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୬, ଆରାଧନା-ମା’ କାଳୀ ।
କୁମ୍ଭ: ମାନସିକ ଦୁଶ୍ଚିନ୍ତା, ଅବସାଦ ଓ ଚାପଗ୍ରସ୍ତ ହେବେ । ମାନ ସମ୍ମାନ ହାନି ଏବଂ ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ଏବଂ କର୍ମରେ ସମ୍ମାନ ହାନି ଘଟିବ । ସନ୍ତାନମାନେ ଅବଜ୍ଞା କରିବେ ଏବଂ ପିତାମାତାଙ୍କ ସହ ମତଭେଦ ଘଟିବ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।
ମୀନ: ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଓ ସ୍ୱଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବେ । କର୍ମରେ ସଫଳତା, ସମ୍ମାନ, ପ୍ରମୋଶନ ଓ ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ ବୁଲାବୁଲିରେ ମନ ଦେବେ । ମହିଳାମାନେ ବନ୍ଧୁପ୍ରିୟା ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।
Comments are closed.