ଡିଜିଟାଲ ହେଲଥ୍ ଆଇଡି କାର୍ଡର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Share It

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ୍ ଆରମ୍ଭ କରିଛନ୍ତି। ଏନଡିଏଚଏମ୍‌ ଅନ୍ତର୍ଗତ ପ୍ରତି ଭାରତୀୟଙ୍କୁ ଏକ ୟୁନିକ୍ ଡିଜିଟାଲ ହେଲଥ୍ ଆଇଡି ମିଳିବ ଓ ଏହାଦ୍ୱାରା ଦେଶରେ ଏକ ଡିଜିଟାଲ ହେଲଥ୍ ସିଷ୍ଟମ ଆରମ୍ଭ କରିହେବ। ପ୍ରଧାନମନ୍ତ୍ରୀ ମୋଦି ଗତ ୧୫ ଅଗଷ୍ଟରେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନର ପାଇଲଟ ପ୍ରୋଜେକ୍ଟ ଘୋଷଣା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନାକୁ ୬ଟି କେନ୍ଦ୍ର ଶାସିତ ରାଜ୍ରରେ ଲାକୁ କରାଯାଇଥିଲା ଓ ଏବେ ଏହି ପୁରା ଦେଶରେ ଆରମ୍ଭ କରାଯାଇଛି।

ଜନଧନ, ଆଧାର ଓ ମୋବାଇଲ (JAM) ଟ୍ରିନିଟି ଏବଂ ସରକାରଙ୍କ ଅନ୍ୟ ଡିଜିଟାଲ ପଦକ୍ଷେପ ରୂପରେ ପ୍ରସ୍ତୁତ ମୌଳିକ ଭିତ୍ତିଭୂମି ଆଧାରରେ ଏନଡିଏଚଏମ୍ ସ୍ବାସ୍ଥ୍ୟ ସମ୍ପର୍କିତ ବ୍ୟକ୍ତିଗତ ସୂଚନାର ସୁରକ୍ଷା, ଗୋପନୀୟତାକୁ ସୁନିଶ୍ଚିତ କରି ତଥ୍ୟ ଏବଂ ସୂଚନାର ସହଜରେ ଅନଲାଇନ୍ ପ୍ଲାଟଫର୍ମ ପ୍ରସ୍ତୁତ କରିବ। ପ୍ରଧାନମନ୍ତ୍ରୀ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ୍‌କୁ ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ନା କେବଳ ରୋଗୀ ବଂର ଡାକ୍ତର ଓ ବିଶେଷଜ୍ଞଙ୍କୁ ଖୁବ୍ ଲାଭ ମିଳିବ। ଡିଜିଟାଲ ହେବା କାରଣରୁ କାଗଜପତ୍ର କାମରୁ ମୁକ୍ତି ମିଳିଯିବ ଓ ଡାକ୍ତରମାନେ ଭଲ ଭାବରେ ଜାଣିପାରିବେ ରୋଗୀଙ୍କୁ ପୂର୍ବରୁ କେଉଁଭଳି ରୋଗ ଥିଲା। ଯାହାଫଳରେ ଆଗକୁ କିଭଳି ଚିକିତ୍ସା ଦେଇପାରିବେ ସେଥିପାଇଁ ସାହାଯ୍ୟ ମିଳିବ।


Share It

Comments are closed.