ଭାରତ ବନ୍ଦ ପାଇଁ ୩୦ଯାଏଁ ଘୁଞ୍ଚିଲା +୩ ନାମଲେଖା ପ୍ରକ୍ରିୟା

Share It

ଭାରତ ବନ୍ଦ ପାଇଁ ପ୍ରଭାବିତ ହେଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା। ଆସନ୍ତା ୩୦ ତାରିଖ ଯାଏଁ ବଢ଼ିଲା ନାମଲେଖା ପ୍ରକିୟା। ଏଣିକି ୨୯ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବ।

ସୂଚନା ମୁତାବିକ, ଭାରତ ବନ୍ଦ ପାଇଁ ବିଭିନ୍ନ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡିକରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ ତିନି ନାମଲେଖା ସମୟ ଆସନ୍ତା ୩୦ ତାରିଖ ଯାଏ ବଢ଼ାଯାଇଛି। ଭାରତ ବନ୍ଦ ଥିବାରୁ ନାମଲେଖା ପ୍ରକିୟା ବନ୍ଦ ରହିଛି । ତେଣୁ ଏହି ପ୍ରକ୍ରିୟାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଏଣିକି ୨୯ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବ । ମନୋନୀତ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ କଲେଜରେ ରିପୋର୍ଟିଂ କରିବେ । ଏନେଇ ପର୍‌ଫର୍ମାନ୍ସ ଟ୍ରାକିଂ ସେଲ୍‌ ପକ୍ଷରୁ ସୂଚନା ଦିଆଯାଉଛି ।


Share It

Comments are closed.