ୟୁପିଏସସି ପରୀକ୍ଷାରେ ୩୨୩ ରାଙ୍କ ରଖି ଜଣେ ଚାଷୀ ବାପାର ଜୀବନକୁ ସାର୍ଥକ କଲା ଝିଅ

Share It

ସ୍ୱପ୍ନ ପୂରଣ କରିବାକୁ କଠିକ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ଦରକାର। ଦିନେ ଆଇଏଏସ ହେବାକୁ ସ୍ୱପ୍ନ ଦେଖିଥିବା ହିମାନୀ ମିନା ଏବେ ସଫଳ କରିପାରିଛନ୍ତି ନିଜ ପିଲାବେଳର ସ୍ୱପ୍ନ । ଜଣେ କୃଷକର ଝିଅ ହୋଇଥିଲେ ମଧ୍ୟ ହିମାନୀ ମୀନା ପାସ୍ କରିଛନ୍ତି ଆଇଏଏସ୍ ପରୀକ୍ଷା। ଏହି କାରଣରୁ ଉତ୍ତର ପ୍ରଦେଶର ଜେଭର ଜିଲ୍ଲାର ସିରସା ମାଚିପୁର ଗାଁରେ ଖୁସିର ପରିବେଶ। ସିରସା ମାଚିପୁରରେ ରହୁଥିବା ହିମାନୀ ମିନାଙ୍କୁ ୟୁପିଏସସିରେ ୩୨୩ ତମ ରାଙ୍କ ମିଳିଛି। ଦିଲ୍ଲୀ ୟୁନିଭର୍ସିଟିରୁ ବିଏ ପାସ୍ କରିବା ପରେ ସେ ଜେଏନୟୁରୁ ବୈଦେଶିକ ମାମଲାରେ ମାଷ୍ଟରଡିଗ୍ରୀ ଓ ପିଏଚଡି କରିଥିଲେ।

ହିମାନୀଙ୍କ ବାପା ଇନ୍ଦ୍ରଜିତ ଜଣେ କୃଷକ ଓ ତାଙ୍କର ମା’ ଗୃହିଣୀ। ହିମାନୀଙ୍କ ସଫଳତାରେ ପୁରା ଅଞ୍ଚଳରେ ଖୁସିର ପରିବେଶ। ଲୋକଙ୍କ କହିବା ଅନୁସାରେ ହିମାନୀ ଜେଭର ଓ ପୁରା ଜିଲ୍ଲାର ନାଁ ଉଜ୍ୱଳ କରିଛନ୍ତି। ଶୁକ୍ରବାର ରେଜଲ୍ଟ ଆସିବା ପରେ ପରିବାର ଲୋକଙ୍କ ଖୁସି କହିଲେ ନସରେ। ଯୁବତୀଙ୍କ ପରିବାର ଲୋକ କହିଛନ୍ତି ଯେ, ସେ ପିଲାବେଳୁ ଆଇଏଏସ୍ ହେବାକୁ ଚାହୁଁଥିଲେ। ଗାଁରେ ଘରେ ରହି ନିଜର ମା’ଙ୍କୁ କାମରେ ସାହଯ୍ୟ କରନ୍ତି। ଗାଁର ପ୍ରଜ୍ଞାନ ପବ୍ଳିକ ସ୍କୁଲରେ ପଢିବା ପରେ ହିମାନୀ ଦ୍ୱାଦଶ ପର୍ଯ୍ୟନ୍ତ ପଡିବା ପରେ ସେ ନିଜର ସ୍ୱପ୍ନ ପୂରଣ କରିବାକୁ ଦିଲ୍ଲୀ ଚାଲିଯାଇଥିଲେ।


Share It

Comments are closed.