ଏମିତି କ’ଣ ହୋଇଛି ଯେ, ଗତ ୬୦୦ ଦିନ ହେବ ଘରେ କଏଦ ଅଛନ୍ତି ଜିନପିଙ୍ଗ ? ନେତାଙ୍କ ସହ ସାକ୍ଷାତ କରିବା ପାଇଁ କରୁଛନ୍ତି ମନା

Share It

ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଳିଛି। ଏହି କାରଣରୁ ଗତ ୬୦୦ ଦିନ ହେବ ଗୋଟେ ଥର ମଧ୍ୟ କୌଣସି ବିଦେଶ ଯାତ୍ରାରେ ଯାଇ ନାହାନ୍ତି। ଶେଷଥର ୧୮ ଜାନୁଆରୀ ୨୦୨୦କୁ ମିଆଁମାର ଗସ୍ତରେ ଯାଇଥିଲେ। ଏହାପରେ ସେ ଦେଶ ବାହାରକୁ ଯାଇ ନାହାନ୍ତି। କେବଳ ସେତିକି ନୁହେଁ, ଜିନପିଙ୍ଗ ସାର୍ବଜନୀକ କାର୍ଯ୍ୟକ୍ରମରେ ମଧ୍ୟ ଖୁବ୍ କମ୍ ଯୋଗ ଦେଉଛନ୍ତି। ନିଜକୁ ଭର୍ଚୁଆଲ ବୈଠକ ପର୍ଯ୍ୟନ୍ତ ସୀମିତ କରିନେଇଛନ୍ତି।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ବିଦେଶ ଗସ୍ତ କରିବା ବଦଳରେ ଫୋନ୍‌ରେ ଅନ୍ୟ ଦେଶର ନେତାଙ୍କ ସହିତ କଥା ହେଉଛନ୍ତି। ଗତ ଶୁକ୍ରବାର ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ କଥା ହୋଇଥିଲେ। ନିକଟରେ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ମଧ୍ୟ ଭର୍ଚୁଆଲି ଭଗା ନେଇଥିଲେ, ଯାହାକି ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା। ଏବେ କରୋନା ମହାମାରୀକୁ ନେଇ ଚିନ୍ତାଜନକ ସ୍ଥିତି ନାହିଁ, ତଥାପି ଜିନପିଙ୍ଗ ବିଦେଶ ଗସ୍ତ ନକରିବା ଏହି କଥାକୁ ଇଶାରା କରୁଛି ଯେ, ସବୁକିଛି ଠିକ୍‌ ଚାଲିନି।


Share It

Comments are closed.