ପିତାମାତାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ସିଭିଲ ମକଦ୍ଦମା ଦାୟର କଲେ ସାଉଥ ସୁପରଷ୍ଟାର ଥାଲାପାଥି ବିଜୟ
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ନାଁ ହେଉଛନ୍ତି ଜୋସେଫ ବିଜୟ । ତାଙ୍କ ବିଶାଳ ଯୁବ ଫ୍ୟାନ ବେସ ଦ୍ୱାରା ଥାଲାପତି ବିଜୟ ନାମରେ ଜଣାଶୁଣା,ଜୋସେଫ ବିଜୟ ତାଙ୍କ ପିତା ଏସ ଚନ୍ଦ୍ରଶେଖର ଏବଂ ମାତା ଶୋବାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ସିଭିଲ ମକଦ୍ଦମା ଦାୟର କରିଛନ୍ତି।
ବିଜୟଙ୍କ ବାପା ତଥା ନିର୍ଦ୍ଦେଶକ ଏସ.କେ ଚନ୍ଦ୍ରଶେଖର କିଛି ସମୟ ପୂର୍ବରୁ ଏକ ରାଜନୈତିକ ଦଳ ଆରମ୍ଭ କରିଥିଲେ, ଯାହାର ନାମ ଥିଲା ‘ଅଲ ଇଣ୍ଡିଆ ଥଲାପତି ବିଜୟ ମକ୍କଲ ଇୟକ୍କମ୍’। କୁହାଯାଉଛି ଯେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଦଲିଲରେ ବିଜୟଙ୍କ ବାପା ଏହି ନିର୍ବାଚନୀ ଦଳର ସାଧାରଣ ସମ୍ପାଦକ ଭାବରେ ନାମିତ ହୋଇଥିବାବେଳେ ତାଙ୍କ ମାତା ଶୋଭା ଚନ୍ଦ୍ରଶେଖର ଏହାର କୋଷାଧ୍ୟକ୍ଷ ଅଟନ୍ତି।
କିଛି ସମୟ ପୂର୍ବରୁ ବିଜୟ ଏକ ବିବୃତ୍ତିରେ କହିଥିଲେ ଯେ ତାଙ୍କର ଏହି ନିର୍ବାଚନ ଦଳ ସହ କୌଣସି ସମ୍ପର୍କ ନାହିଁ। ବିଜୟ ତାଙ୍କ ବିବୃତ୍ତିରେ କେବଳ ତାଙ୍କ ନାମ ପାଇଁ ଏହି ପାର୍ଟୀରେ ଯୋଗ ନଦେବାକୁ ପ୍ରଶଂସକଙ୍କୁ ନିବେଦନ କରିଥିଲେ। ବିଜୟ ଆହୁରି କହିଥିଲେ ଯେ ଯଦି କେହି ତାଙ୍କ ନାମ, ତାଙ୍କ ଇମେଜ୍ କିମ୍ବା ତାଙ୍କ ଫ୍ୟାନ୍ କ୍ଲବ ବ୍ୟବହାର କରନ୍ତି, ତେବେ ସେ ତାଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବେ। ଏହା ପରେ ଏବେ କୁହାଯାଉଛି ଯେ ବିଜୟ ତାଙ୍କ ବାପା-ମା’ଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଅଭିଯୋଗ କରିଛନ୍ତି।
ଥଲାପତି ବିଜୟ ଦକ୍ଷିଣ ଭାରତୀୟ ସିନେମାର ଏକ ବଡ ନାମ। ବିଜୟ ଅନେକ ବଡ କମ୍ପାନୀ ପାଇଁ ବିଜ୍ଞାପନ କରନ୍ତି। ଆକଳନ କରାଯାଇଛି ଯେ ପ୍ରତିବର୍ଷ ସେ ବିଜ୍ଞାପନରୁ ୧୦ କୋଟି ରୋଜଗାର କରନ୍ତି। ବିଜୟ କୋକାକୋଲା, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଅନ୍ୟ ବ୍ରାଣ୍ଡ ପାଇଁ ପ୍ରଚାର କରନ୍ତି । ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ରୁ ବିଜୟଙ୍କ ବାର୍ଷିକ ଆୟ ପ୍ରାୟ ୧୦୦-୧୨୦ କୋଟି ଅଟେ। ରିପୋର୍ଟ ଅନୁଯାୟୀ, ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୫୬ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୪୧୦ କୋଟି ଟଙ୍କା।
Comments are closed.