ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ପକାଇବା ନିଷ୍ପତି ପ୍ରତ୍ୟାହାର ନହେଲେ ଆନ୍ଦୋଳନର ଚେତାବୀନ ଦେଲା ‘ମହାମାୟା ପରିବାର’

Share It

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା କରିବାର ରାଜ୍ୟ ସରକାରଙ୍କ ନିଷ୍ପତି ବିରୋଧରେ କଟକର ବିଭିନ୍ନ ସାମାଜିକ ସଂଗଠନ ଠାରୁ ଆରମ୍ଭ କରି ପୂଜା କମିଟି ପର୍ଯ୍ୟନ୍ତ ସମସ୍ତେ ପ୍ରତିବାଦ କରିବା ଆରମ୍ଭ କଲେଣି । ଯାହା ଫଳରେ ୪୦ରୁ ଉର୍ଦ୍ଧ୍ୱ ସାମାଜିକ ସଂଗଠନ ଭିନ୍ନ ଭିନ୍ନ ଉପାୟରେ ସହରର ବିଭିନ୍ନ ଛକ ଏବଂ ପୂଜା ମଣ୍ଡପ ସମ୍ମୁଖରେ ନିଜର ପ୍ରତିବାଦ ଜାରି ରଖିଥିବାବେଳେ, ତେବେ ଏ ପଛରେ ମଧ୍ୟ ଅନେକ ଅନୁଷ୍ଠାନ କଟକିଆଙ୍କ ଭାବାବେଗକୁ ଜାଗ୍ରତ କରିବାରେ ଲାଗିଛନ୍ତି, ପାର୍ବଣ କଟକଣା ଆସିବା ପରଠାରୁ କଟକର ସବୁ ସାହିଯୁବକଙ୍କୁ ନେଇ ଗଠିତ ସ୍ୱେଚ୍ଛାସେବୀ ସଂଗଠନ ମହାମାୟା ପରିବାର ତରଫରୁ କଟକର ପ୍ରତ୍ୟେକ ପୂଜାକମିଟି, ପୂର୍ବାଞ୍ଚଳ ଶାନ୍ତିକମିଟି ,ମହାନଗର ଶାନ୍ତିକମିଟିକୁ ରାଜ୍ୟ ସରକାରଙ୍କ ନିଷ୍ପତି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇ ସମସ୍ତଙ୍କୁ ଚିଠି ଦାବୀପତ୍ର ପ୍ରଦାନ କରି ଆନ୍ଦୋଳନକୁ ଦୃଢ କରିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ଅନେକ ସଂଗଠନ ସମ୍ମୁଖରେ ପ୍ରତିବାଦ କରୁଥିବା ସମୟରେ ପରଦା ପଛରେ ମହାମାୟା ପରିବାରର ଏହି ଅନନ୍ୟ ଆନ୍ଦୋଳନ ପନ୍ଥା ସଫଳ ହେଉଛି ।  ମୁଖତଃ ମୂର୍ତ୍ତିର ଉଚ୍ଚତା ବୃଦ୍ଧି,ପାରମ୍ପରିକ ପୂଜା ଅନୁମତି,ବିନାପରଦାରେ ପୂଜା,ଆଲୋକସଜା ମାଇକ୍ ଯୋଗେ ଚଣ୍ଡୀପାଠ ଅନୁମତି ସହ ଘଣ୍ଟତାଳେ ଦେବୀଗଡାରେ ବିସର୍ଜନ ପାଇଁ ବିଭିନ୍ନ ସାମାଜିକ ସଂଗଠନ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅନେକ ଦିନ ହେବ ଦାବୀ ରଖି ଆସୁଛନ୍ତି । ଆଗକୁ ସରକାର ଯଦି ଜନବିରୋଧୀ ଧର୍ମଦ୍ରୋହୀ ପାର୍ବଣ କଟକଣା ପ୍ରତ୍ୟାହାର ନକରନ୍ତି ତେବେ କଟକ ର ସମସ୍ତ ପୂଜାକମିଟି ଓ କଟକବାସୀ ଙ୍କ ସହଯୋଗ ରେ ମହାମାୟା ପରିବାର ରାଜରାସ୍ତାରେ ବିଦ୍ରୋହ କରିବ ବୋଲି ମହାମାୟା ପରିବାରର ସଭାପତି ଆଦିତ୍ୟ ନାରାୟଣ ମହାରଣା,ସମ୍ପାଦକ ଅମୀୟ କୁମାର ଦାଶ ସୂଚନା ଦେଇଛନ୍ତି।


Share It

Comments are closed.