ପାକିସ୍ତାନ ସହାୟତାରେ ପଞ୍ଜଶୀରରେ ଆକ୍ରମଣ କରୁଛି ତାଲିବାନ
ଆଫଗାନିସ୍ତାନର ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସ ଓ ତାଲିବାନ ମଧ୍ୟରେ ଘମାଘୋଟ ଲଡେଇ ଚାଲିଛି । ଏହାମଧ୍ୟରେ ତାଲିବାନ ପଞ୍ଜଶୀରକୁ କବଜା କରିନେଇଥିବା ମଧ୍ୟ ଖବର ଆସୁଛି । କିନ୍ତୁ ଏହାକୁ ଖଣ୍ଡନ କରୁଛି ରେଜିଷ୍ଟାନ୍ସ ଫୋର୍ସ । ସବୁଠାରୁ ବଡକଥା ହେଉଛି ଯେ, ପାକିସ୍ତାନ ତାଲିବାନ ପାଇଁ ଯୁଦ୍ଧ ଆରମ୍ଭ କରିଦେଇଛି । ଡ୍ରୋନ୍ ଆକ୍ରମଣ ମଧ୍ୟ କରୁଛି । ସାମଙ୍ଗନ ପ୍ରାନ୍ତର ପୂର୍ବତନ ସାଂସଦ ଜିୟା ଅରିୟନଜାଦୀ ଏନେଇ ସୂଚନା ଦେଇଛନ୍ତି ।
ସୂତ୍ରାନୁସାରେ, ପଞ୍ଜଶୀରରେ ତାଲିବାନକୁ ପାକିସ୍ତାନ ଓ ଅଲକାଏଦା ସମର୍ଥନ କରୁଛନ୍ତି । ପାକିସ୍ତାନୀ ବାୟୁସେନା ଏଠାରେ ଡ୍ରୋନ୍ ଆକ୍ରମଣ କରୁଛି । ବୋମା ବର୍ଷଣ ପାଇଁ ଡ୍ରୋନକୁ ବ୍ୟବହାର କରୁଛି ।
ବିଶେଷଜ୍ଞଙ୍କ କହିବାନୁସାରେ, ପାକିସ୍ତାନ ନିଡର ଫାଇଦା ପାଇଁ ତାଲିବାନକୁ ସବୁ କଳବଳ ଲଗାଇ ସମର୍ଥନ କରୁଛି । ଅଲକାଏଦା ଏହି ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଛି । ପୂର୍ବରୁ ପଞ୍ଜଶୀର ଲଢେଇରେ ପାକ୍ ଯବାନଙ୍କ ଉପସ୍ଥିତି ନେଇ ଖବର ଆସିଥିଲା । ରେଜିଷ୍ଟାନ୍ସ ଫୋର୍ସ ପାକ୍ ଯବାନଙ୍କ ଆଇଡି କାର୍ଡ ସହ ଫଟୋ ସେୟାର କରିଥିଲା । ଏଥିରେ ପାକ୍ ନାଗରିକ ମହମ୍ମଦ ଓ୍ୱସିମ୍ ଲେଖାଯାଇଥିଲା ।
ଏହାମଧ୍ୟରେ ଖବର ଆସୁଛି ଯେ, ପଞ୍ଜଶୀର ନେତା ଅହମ୍ମଦ ମସୁଦ ତାଲିବାନ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରୁ ମସୁଦ ଏବେ ବ୍ୟାକ୍ ଫୁଟକୁ ଆସିଥିବା ଅନୁମାନ କରାଯାଉଛି ।
Comments are closed.