ୟୁଟ୍ୟୁବରେ ୫୦୦ ମିଲିୟନ ଭ୍ୟୁ ଅତିକ୍ରମ କଲା ବାଦଶାହଙ୍କ ପାନି ପାନି ସଙ୍ଗ

Share It

ସୁପଟହିଟ୍ ରାପର ବାଦଶାହ ଏବଂ ବଲିଉଡର ଚୁଲବୁଲି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ ‘ପାନି-ପାନି’ ଇଣ୍ଟରନେଟର୍ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି ।‘ଗେନ୍ଦା ଫୁଲ’ ଗୀତର ସଫଳତା ପରେ ଉଭୟ କଳାକାରଙ୍କର ଏବେ ଏହି ଗୀତ ହିଟ୍‌ ହେବାରେ ଲାଗିଛି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ପ୍ରଶଂସକମାନେ ବାଦଶାହ ଏବଂ ଜ୍ୟାକଲିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବାଦଶାହ ଏବଂ ଜ୍ୟାକଲିନଙ୍କ ଗୀତଟି ବର୍ତ୍ତମାନ ୟୁଟ୍ୟୁବରେ ୫୦୦ ମିଲିୟନ ଲୋକ ଦେଖିସାରିଲେଣି । ଏହି ଗୀତର ଏକ ଭିଡିଓ କ୍ଲିପ୍ ସାରେଗାମା ମ୍ୟୁଜିକ୍‌ ଏହାର ଅଫିସିଆଲ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରିଛନ୍ତି ଏବଂ ବାଦଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କୁ ଯେ ‘ପାନି-ପାନି’ ଗୀତ ୟୁଟ୍ୟୁବରେ ୫୦୦ମିଲିୟନ୍‌ ଭ୍ୟୁ ଅତିକ୍ରମ କରିଛି ।

ତେବେ ବାଦଶାହାଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ଯେ’ମୁଁ ଭାବୁଛି ଅନ୍ୟମାନେ ଗୀତର ନମ୍ବର ଦେଖିବା ପରେ ପାନି ପାନି ହୋଇ ଯାଇଛନ୍ତି । ଏହା ପୂର୍ବରୁ ଉଭୟ ବାଦଶାହ ଏବଂ ଜ୍ୟାକଲିନଙ୍କ ‘ଗେନ୍ଦା ଫୁଲ’ ଗୀତରେ ଏକାଠି କାମ କରିଥିଲେ । ଦର୍ଶକ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ । ବାଦଶାହ ତାଙ୍କ କ୍ୟାରିୟରରେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଗୀତ ଦେଇଛନ୍ତି । ଏଥି ପାଇଁ ବହୁ ପ୍ରସଂଶକ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଉଭୟ ବାଦଶାହ ଏବଂ ଜ୍ୟାକଲିନଙ୍କ ‘ଗେନ୍ଦା ଫୁଲ’ ଗୀତରେ ଏକାଠି କାମ କରିଥିଲେ । ଦର୍ଶକ ସେମାନଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଥିଲେ । ବାଦଶାହ ତାଙ୍କ କ୍ୟାରିୟରରେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଗୀତ ଦେଇଛନ୍ତି । ବାଦଶାହଙ୍କ ଗୀତ ମଧ୍ୟରୁ ‘ଡିଜେ ୱାଲେ ବାବୁ’ ,’ୱାକ୍ରା ସ୍ୱାଗ୍‌’, ‘ଲଡକୀ ବ୍ୟୁଟି ଫୁଲ୍ କରଗେୟି ଚୁଲ’ ଆଦି ଗୀତ ଗୁଡିକ ବହୁତ ହିଟ୍‌ ହୋଇଥିଲା । ଏଥି ସହିତ ଜ୍ୟାକଲିନ୍‌ ଫିଲ୍ମ ‘ଆଲାଦ୍ଦିନ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଦର୍ଶକଙ୍କୁ ଅନେକ ହିଟ୍‌ ଗୀତ ଓ ଫିଲ୍ମ ଭେଟି ଦେଇଛନ୍ତି । ପୂର୍ବରୁ ଜ୍ୟାକଲିନ୍‌ ‘ଚିଟିଆ କଲାଇଆଁ’, ‘ହ୍ୟାଙ୍ଗ ଓଭର’ , ‘ ଜୁମେ କି ରାତ ହେ ’ ଗୀତ ପାଇଁ ପ୍ରଶଂସକଙ୍କ ଠାରେ ବେଶ୍ ହିଟ୍ ହୋଇଥିଲେ ।


Share It

Comments are closed.