ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି ଆଇଏସ୍ରେ ଥିବା ୨୦୦ ଭାରତୀୟ ଆତଙ୍କବାଦୀ
ଆଫଗାନିସ୍ତାନରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରସାନା ପ୍ରୋଭିନ୍ସ(ISKP)ରେ ୨୦୦ ଭାରତୀୟ ଆତଙ୍କବାଦୀ। ଏହି ଏହି ଆତଙ୍କବାଦୀମାନେ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛନ୍ତି। ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନରେ ଆଇଏସକେପିର ପ୍ରାୟ ୨୦୦ ସଦସ୍ୟ ଭାରତୀୟ ଆତଙ୍କବାଦୀ ରହଛନ୍ତି, ତାଙ୍କ ଭିତରେ ବହୁ ମହିଳା ମଧ୍ୟ ରହିଛନ୍ତି। ବୋଧହୁଏ ଏହି କାରଣରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜାତିସଂଘରେ ଆଫଗାନିସ୍ତାନରେ ଆଇଏସର ସକ୍ରିୟତାର ବିପଦ ବୋଲି ଜଣାଇଥିଲେ।
ଗୁଇନ୍ଦା ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଆଫଗାନିସ୍ତାନରେ ISKP ରେ ସକ୍ରିୟ ଭାରତୀୟ ଆତଙ୍କବାଦୀ ଲଗାତାର ଭାରତରେ ଆତଙ୍କୀ ମଡ୍ୟୁଲ ସୃଷ୍ଟି କରିବାର ଚେଷ୍ଟାରେ ଅଛନ୍ତି। ଗତ ୫ ବର୍ଷରେ ଏନଆଇଏ ଆଇଏସ ସମ୍ପର୍କିତ ପ୍ରାୟ ୧୨ଟି କେସ୍ ରୁଜୁ କରିସାରିଛି। ଏହି ମାମଲାର ତଦନ୍ତ ବେଳେ ଆଇଏସକେପିର ସକ୍ରିୟ ଭାରତୀୟ ଆତଙ୍କବାଦୀଙ୍କ ବିଷୟରେ ଲଗାତାର ସୂଚନା ମିଳିଛି। ଏନଆଇଏର ଏହି ଆତଙ୍କବାଦୀଙ୍କ ଭିତରେ ୨୫ ଆଫଗାନିସ୍ତାନୀ ରହିଥିବାର ସୂଚନା ମିଳିଛି।
Comments are closed.