ତାଲିବାନକୁ ଶାସନର ତରିକା ଶିଖାଇଲା ଆମେରିକା

Share It

ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ୍ ତାଲିବାନକୁ ଦେଇଛନ୍ତି ଶାସନ କରିବାର ନୂଆ ଫର୍ମୂଲା । କିପରି କରିବାକୁ ହେବ ଶାସନ ସେନେଇ ବାଣ୍ଟିଛନ୍ତି ତରିକା । ସେ କହିଛନ୍ତି ଯେ ଯଦି ଆପଣ ଆଫଗାନିସ୍ତାନକୁ ଶାସନ କରିବାକୁ ଚାହୁଁଛି, ତେବେ ଆପଣଙ୍କୁ ନାଗରିକ ସ୍ୱାଧୀନତା ପାଇଁ ଆପଣଙ୍କର ମୌଳିକ ଦାୟିତ୍ୱ ଓ ପ୍ରତିଶ୍ରୁତି ପାଳନ କରିବାକୁ ପଡିବ ।

ବ୍ଲିଙ୍କେନ୍ କହିଛନ୍ତି ଯେ ମହିଳା ଏବଂ ସଂଖ୍ୟାଲଘୁଙ୍କ ସମେତ ଆଫଗାନିସ୍ତାନର ଲୋକମାନଙ୍କର ମୌଳିକ ଅଧିକାରକୁ ସମ୍ମାନ ଦିଆଯିବା ଆବଶ୍ୟକ। ଆତଙ୍କବାଦ ବିରୋଧରେ ଆମର ପ୍ରତିଶ୍ରୁତି ପାଳନ କରିବାକୁ ପଡିବ । ଯେଉଁମାନେ ଆଫଗାନିସ୍ତାନରେ ରହିବାକୁ ପସନ୍ଦ କରନ୍ତି । ସେମାନଙ୍କ ପ୍ରତି ପ୍ରତିଶୋଧର ହିଂସାକୁ ଏଡାଇବାକୁ ହେବ । ସେ ଏକ ଅନ୍ତର୍ଭୂକ୍ତ ସରକାର ଆହ୍ୱାନ କରିଛନ୍ତି । ଯାହା ଆଫଗାନିସ୍ତାନର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବ । ଏହାସହ ସେମାନଙ୍କର ଆକାଂକ୍ଷାକୁ ପ୍ରତିଫଳିତ କରିପାରିବ ।

ଏଥିସହ ବ୍ଲିଙ୍କେନ୍ କହିଛନ୍ତି ଯେ ତାଲିବାନକୁ ଯାତ୍ରା ସ୍ୱାଧୀନତା ଦିଆଯିବା ଆବଶ୍ୟକ । ଆହୁରି ପ୍ରମୁଖ ଘୋଷଣାରେ ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ ଆମେରିକା ବର୍ତ୍ତମାନ କତାରରୁ ଆଫଗାନିସ୍ତାନରେ ଏକ ନୂତନ କୂଟନୈତିକ ମିଶନ ଆରମ୍ଭ କରିବ । ଅନ୍ୟ ଏକ ବଡ ସୂଚନା ଦେଇ ବ୍ଲିଙ୍କେନ୍ କହିଛନ୍ତି ଯେ ଆମେ ଆଫଗାନିସ୍ତାନରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରିଛୁ ।

ବ୍ଲିଙ୍କେନ୍ କହିଛନ୍ତି ଯେ ଆଫଗାନିସ୍ତାନ ସହ ଆମେରିକାର ଯୋଗଦାନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଏଠାରେ ଆମେ ବର୍ତ୍ତମାନ ଆମର କୂଟନୀତି ସହ ଆଗକୁ ବଢିବୁ । ସେ କହିଛନ୍ତି ଯେ ଆଫଗାନିସ୍ତାନରୁ ପ୍ରାୟ ୬,୦୦୦ ଆମେରିକୀୟ ନାଗରିକଙ୍କ ସମେତ ୧,୨୩,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ତେବେ ଆଫଗାନିସ୍ତାନରେ ଉଦ୍ଧାର କାର୍ଯ୍ୟ ଏକ ଚ୍ୟାଲେଞ୍ଜ ବୋଲି ବ୍ଲିଙ୍କେନ୍ କହିଛନ୍ତି । ସେ କହିଛନ୍ତି ଯେ କାବୁଲରେ ସାମରିକ ଅପରେସନ ସମୟରେ ଆମେ ଅନେକ କଷ୍ଟଦାୟକ ପରିସ୍ଥିତିର ସାମ୍ନା କରିଥିଲୁ । ଏହି ସମୟ ମଧ୍ୟରେ ଦୂତାବାସ ଏବଂ ଅସୁବିଧାରେ ଥିବା ଲୋକଙ୍କ ସହ ସମନ୍ୱୟ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା ।


Share It

Comments are closed.