୬ ବର୍ଷ ଆମେରିକା ଜେଲରେ ଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଏବେ ତାଲିବାନର ପ୍ରତିରକ୍ଷା ମନ୍ତ୍ରୀ

Share It

ଆଫଗାନିସ୍ତାନ ଉପରେ କବ୍‌ଜା ପରେ ତାଲିବାନ ଏବେ ସରକାର ଗଠନ କରିବା ଆରମ୍ଭ କରିଛି। ମନ୍ତ୍ରୀଙ୍କର ନାଁ ମଧ୍ୟ ଫାଇନାଲ କରାଯାଉଛି। କିଛି ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କୁ ମଧ୍ୟ ନିଯୁକ୍ତ କରି ଦିଆଯାଇଛି। ଅଲ୍‌ ଜଜିରା ଚ୍ୟାନେଲର ରିପୋର୍ଟ ଅନୁସାରେ, ତାଲିବାନ ବିଶ୍ୱର ସବୁଠାରୁ ବିପଦଜନକ ଜେଲ୍‌ର କଏଦୀ ଓ ଶାନ୍ତିବାର୍ତ୍ତାର ବିରୋଧୀ ଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମୁଲ୍ଲା ଅବଦୁଲ କୟୁମ ଜାକିରକୁ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ମୁଲ୍ଲା ଅବଦୁଲ କୟୁମ ଜାକିର ଜଣେ ଅନୁଭବି ତାଲିବାନୀ କମାଣ୍ଡର। ତାଲିବାନର ସଂସ୍ଥାପକ ମୁଲ୍ଲା ଉମରର ମଧ୍ୟ ନିକଟତମ ସହଯୋଗୀ । ରଏଟର୍ସର ସୂଚନା ଅନୁସାରେ, ଆମେରିକାରେ ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ଆତଙ୍କବାଦୀ ଆକ୍ରମଣ ପରେ ତାକୁ ୨୦୦୧ ରେ ଆମେରିକାର ନେତୃତ୍ୱାଧୀନ ସେନା ଗିରଫ କରିଥିଲା। ତାକୁ ୨୦୦୭ ପର୍ଯ୍ୟନ୍ତ ଗ୍ୱାତାନାମୋ ବେ ର ଜେଲରେ ବନ୍ଦୀ କରି ରଖାଯାଇଥିଲା। ପରେ ତାକୁ ମୁକ୍ତ କରାଯାଇଥିଲା ଆଫଗାନିସ୍ତାନ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ମୁଲ୍ଲା ଅବଦୁଲାକୁ ତାଲିବାନର ସବୁଠାରୁ ଦୁର୍ଦଶ ଆତଙ୍କବାଦୀଙ୍କ ମଧ୍ୟରେ ଗଣନା କରାଯାଏ। ଗ୍ୱାଟାନାମୋ ଉପକୂଳ ଆମେରିକା ସେନାର ଏକ ହାଇ ସିକ୍ୟୁରିଟି ଜେଲ୍‌ରେ ରହିଛି, ଯାହାକି କ୍ୟୁବାରେ ରହିଛି। ଏହି ଜେଲରେ ଦୁର୍ଦଶ ଓ ହାଇ ପ୍ରୋଫାଇଲ ଆତଙ୍କବାଦୀଙ୍କୁ ଏଠାରେ ରଖାଯାଇଥାଏ। ତାଲିବାନ ଏପର୍ଯ୍ୟନ୍ତ ଆଫଗାନିସ୍ତାନରେ ଏକ ଔପଚାରିକ ସରକାର ଗଠନ କରିନାହିଁ। ତେବେ ଦେଶ ଚଳାଇବା ପାଇଁ ଆତଙ୍କବାଦୀ ସଂଗଠନ ନିଜର କିଛି ନେତାଙ୍କୁ ମୁଖ୍ୟ ପଦରେ ନିଯୁକ୍ତ କରିଛି।


Share It

Comments are closed.