ଯବୁତୀଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ତାଲିବାନୀ, ଛାତିଥରା କାହାଣୀ କହିଲେ ଆଫଗାନ୍‌ ଫେରନ୍ତା

Share It

ଅସରଫ ଘନି ସରକାରର ପତନ ପରେ ସମଗ୍ର ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛି ତାଲିବାନ। ଫଳରେ ଦେଶବ୍ୟାପୀ ଲୋକମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ରାଜଧାନୀ ସହର କାବୁଲରେ ଏବେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ଜନତା। ଏପରିକି ଲୋକେ ଦେଶ ଛାଡ଼ି ଯାଉଥିବାରୁ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଆଫଗାନିସ୍ତାନରୁ ଭାରତ ଆସି ପହଁଞ୍ଚିଥିବା ମହିଳା ମୁସ୍କାନ ତାଲିବାନୀ ଆତଙ୍କୀର ଅସଲ ମୁଖା ପଦାରେ ପକାଇଛନ୍ତି।

ମୁସ୍କାନ ଭାରତରେ ପହଁଞ୍ଚିବା ପରେ କହିଛନ୍ତି ଯେ, ତାଲିବାନୀ ଆତଙ୍କବାଦୀ ଗୁଡ଼ାକ ପିଶାଚ। ଯବୁତୀଙ୍କ ମୃତଦେହକୁ ମଧ୍ୟ ଛାଡ଼ୁନାହନ୍ତି। ମୃତଦେହରେ ରଖୁଛନ୍ତି ଶାରୀରିକ ସମ୍ପର୍କ। ଆଉ ଏଭଳି ମାନସିକତା ଥିବା ବ୍ୟକ୍ତିଙ୍କଠୁ ମାନବିକତା ଆଶ କରାଯାଇପାରିବ ନାହିଁ। ଆଫଗାନିସ୍ତାନରେ ମହିଳାମାନେ ବହୁତ ବିପଦରେ ବିପଦରେ ଅଛନ୍ତି ବୋଲି ସେ କହିଛନ୍ତି।

ନ୍ୟୁଜ୍‌ ୧୮କୁ ଦେଇଥିବା ଏକ ସାକ୍ଷାତକାରରେ ମୁସ୍କାନ କହିଛନ୍ତି ଯେ, ତାଲିବାନୀ ମାନେ ମହିଳାଙ୍କ ମୃତ ଦେହକୁ ରେପ୍‌ କରୁଛନ୍ତି। ଏପରିକି ଝିଅଟି ଜୀବିତ କି ମୃତ, ସେମାନେ ଚିନ୍ତା କରନ୍ତି ନାହିଁ। ଏହି ଲୋକଙ୍କୁ ବିଶ୍ୱାସ କରିବା ଭୁଲ୍‌ ହେବ। ସେ ଇଚ୍ଛା ମୁତାବକ ଯୁବତୀମାନଙ୍କୁ ଟେକି ନେଇ ପଳାଉଛନ୍ତି। ସେମାନେ ବହୁତ କିଛି କରୁଛନ୍ତି। ଯାହାଫଳରେ ଆଫଗାନିସ୍ତାନରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି।

ସେ ଆହୁରି କହିଛନ୍ତି ଯେ, ସେମାନେ ଚାହୁଁଛନ୍ତି ଯେ ପ୍ରତ୍ୟେକ ଘରୁ ଯବୁତୀ ମିଳନ୍ତୁ। ସେମାନେ ୧୦-୧୨ ବର୍ଷର ଝିଅଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ତାଙ୍କୁ ଉଠାଇ ନେଉଛନ୍ତି ତାଲିବାନୀ ମାନେ। ସେମାନେ ଗଣମାଧ୍ୟମ ସାମ୍ନାରେ ମିଛ କହୁଛନ୍ତି। ସେମାନେ କିଛି ବଦଳି ନାହାନ୍ତି। ସେମାନେ ଯୁବତୀଙ୍କୁ ପ୍ରଥମେ ଅଚେତ କରାଉଛନ୍ତି। ତାପରେ ଶାରୀରିକ ସମ୍ପର୍କ ରଖୁଛନ୍ତି। ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କୁ କଫିନରେ ରଖି ପାକିସ୍ତାନ ଆଡ଼କୁ ନେଇ ଯାଉଛନ୍ତି। ଆମେ ଯେତେବେଳେ ଥିଲୁ ଆମକୁ ପ୍ରତ୍ୟେକ ସମୟରେ ଧମକ ମିଳୁଥିଲା ବୋଲି କହିଛନ୍ତି ମୁସ୍କାନ୍।

ସୂଚନାଯୋଗ୍ୟ, ଏହାପୂର୍ବରୁ ଏକ ଖବର ପ୍ରକାଶ ପାଇଥିଲା ଯେ, ତାଲିବାନ୍‌ ଆଫଗାନିସ୍ତାନକୁ କବଜା କରିବା ପରେ ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସର ଝିଅ ପିଲାଙ୍କ ଏକ ଲିଷ୍ଟ ମାଗିଥିଲା। ଯୁବତୀମାନଙ୍କୁ ଗୁଲାମ କରି ରଖିବାକୁ ତାଲିବାନୀ ମାନେ ଚାହୁଁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା।


Share It

Comments are closed.