ପରଲୋକରେ ପୂର୍ବତ୍ତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା

Share It

କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜୋନଙ୍କ ବଡ଼ ପୁଅ ସଂଗ୍ରାମ ଜେନାଙ୍କ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ସେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସହ ଛାତ୍ର ଓ ଯୁବ ସଂଗଠକ ଥିଲେ । କରୋନରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରରେ ଚିକିତ୍ସିତ ହୋଉଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। କଂଗ୍ରେସ ଭବନରେ ଶୋକ ଛାୟା ଖେଳିଯାଇଛି। ଏନେଇ ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବିକ, ସଂଗ୍ରାମ ୨ ମାସ ହେବ ହାଇଦ୍ରାବାଦରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୋଭିଡ୍ରୁ ସୁସ୍ଥ ପରେ ଫୁସଫୁସ ସଂକ୍ରମିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସଂଗ୍ରାମ ଆଖିବୁଜିଛନ୍ତି। ସଂଗ୍ରାମ ଜେନା ୨୦୧୪ରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ସେ ଛାତ୍ର କଂଗ୍ରେସର ସଂଗଠକ ନେତା ଥିଲେ।

ସଂଗ୍ରାମ ଜେନାଙ୍କ ଦେହାନ୍ତ ଖବର ପାଇ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ ଜଣେ ଆଗ ଧାଡିର ଯୁବ ନେତା ଥିଲେ । ଭଗବାନ ତାଙ୍କୁ ଆଗୁଆ ନେଇଗଲେ । ସେ ଗରିବ ଲୋକ ଓ ରୋଗୀଙ୍କୁ ସହାୟତା କରୁଥିଲେ । ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ବୋଲି ସୁର କହିଛନ୍ତି ।


Share It

Comments are closed.