ତାଲିବାନୀଙ୍କ ଅତ୍ୟାଚାରରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ପୀଡିତା ଲୋମଟାଙ୍କୁରା କାହାଣୀ, ଶୁଣନ୍ତୁ
ଆଫଗାନିସ୍ତାନୀଙ୍କ ନିକଟରେ ତାଲିବାନକୁ ନେଇ ସବୁବେଳେ ଭୟ ରହିଛି। ଆଫଗାନୀ ଲୋକ ତାଲିବାନର ଅନ୍ୟାୟ ପୂର୍ଵରୁ ସହି ସାରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ସେ ଯେଉଁ କଥାକୁ ଭୟ କରୁଥିଲେ ତାହା ହିଁ ହୋଇଛି। ତାଲିବାନ ପୁଣି ଥରେ ଆଫଗାନିସ୍ତାନ ଉପରେ କବଜା କରିନେଇଛି। ଜଣେ ମହିଳା ନିଜର ସ୍ୱାମୀ ଓ ପିଲାଙ୍କ ସହିତ ନଭେମ୍ବର ୨୦୨୦ ରେ ଚିକିତ୍ସା ହେବାକୁ ଦିଲ୍ଲୀରେ ଆସିଥିଲେ । କାରଣ ତାଲିବାନୀମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ତାଙ୍କର ଦୁଇ ଆଖି ନଷ୍ଟ କରି ଦେଇଥିଲେ। ଏହାପରେ ସେ ତାଙ୍କର ଚିକିତ୍ସା କରିବାକୁ ଦିଲ୍ଲୀ ଆସିଥିଲେ। ସେବେଠାରୁ ସେ ଦିଲ୍ଲୀରେ ଅଛନ୍ତି।
ଏକ ସାକ୍ଷାତକାରରେ ମହିଳା ଜଣକ ନିଜର ନାମ ଖତେରା ବୋଲି କହିଛନ୍ତି, ତାଙ୍କର ବୟସ ୩୩ ବର୍ଷ। ମହିଳାଙ୍କ କହିବା ଅନୁସାରେ, ତାଲିବାନର ନଜରରେ ମହିଳାଙ୍କ କିଛି ବି ଅସ୍ତିତ୍ୱ ନାହିଁ l ଗତ ବର୍ଷ ଗଜନୀ ପ୍ରଦେଶରେ ତାଲିବାନର କମାଣ୍ଡରମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ଖତେରାଙ୍କୁ ଗୁଳି କରିଦେଇଥିଲେ ଓ ତାଙ୍କର ଦୁଇ ଆଖିକୁ କଣା କରିଦେଇଥିଲେ। ଖତେରାର କହିବା ଅନୁସାରେ, ଏହି ଆକ୍ରମଣ ତାଙ୍କ ବାପା କରିଥିଲେ, ଯିଏକି ପୂର୍ବତନ ତାଲିବାନ କମାଣ୍ଡର ଥିଲେ। ଖତେରା ଆଫଗାନିସ୍ତାନର ପୂର୍ବତନ ପୋଲିସ କର୍ମଚାରୀ ଥିଲେ। ତାଲିବାନ ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ଅତି ନିର୍ମମ ଭାବରେ ମାଡ ମାରିଥିଲା। ଯେତେବେଳେ ସେ ଦୁଇ ମାସର ଗର୍ଭବତୀ ଥିଲେ।
କାମରୁ ଘରକୁ ଫେରିବା ବେଳେ ତାଙ୍କୁ ତିନି ତାଲିବାନୀ କମାଣ୍ଡ ରୋକିକି ତାଙ୍କ ଆଇଡି କାର୍ଡ ଦେଖିଥିଲେ। ଏହାପରେ ତାଙ୍କୁ ୮ଟି ଗୁଳି ମାରିବା ସହ ବହୁ ସ୍ଥାନରେ ଚାକୁମାରି ମାରିଦେଇଥିଲେ। ଯେତେବେଳେ ସେ ହୋସ୍ରେ ଆସିଥିଲେ ତାଙ୍କ ଆଖିରେ ତାଲିବାନ ଛୁରୀ ଭୁସି ଆକ୍ରମଣ କରିଥିଲା ଓ ମରିବା ପାଇଁ ଛାଡି ଦେଇଥିଲେ।ଖତେରାଙ୍କ କହିବା ଅନୁସାରେ, ସେ(ତାଲିବାନ)ପ୍ରଥମେ ଆମକୁ (ମହିଳାଙ୍କୁ) ନିର୍ଯ୍ୟାତନା ଦେଇଥାଏ । ତା ପରେ ଦଣ୍ଡ ଭାବରେ ଆମ ଶରୀରକୁ କୁକରଙ୍କୁ ଖୁଆଇବାକୁ ମଧ୍ୟ ପଛାନ୍ତି ନାହିଁ। ମୁଁ ଭାଗ୍ୟଶାଳୀ ଯେ, ସେଥିରୁ ବଞ୍ଚିଗଲି।’
Comments are closed.