କାବୁଲ ବିମାନ ବନ୍ଦରରେ ଫାଇରିଂ ଯୋଗୁଁ ଦିଲ୍ଲୀ ଉଡାଣ ବନ୍ଦ, ସଂକଟରେ ଭାରତୀୟ

Share It

ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ଚାରିଆଡ଼େ ଆତଙ୍କ ସୃଷ୍ଟି କରିଛନ୍ତି ତାଲିବାନୀ। ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକେ। ଏଭଳି ସ୍ଥିତିରେ କାବୁଲ ବିମାନ ବନ୍ଦରରେ ବହୁ ସଂଖ୍ୟାରେ ଲୋକମାନଙ୍କ ଭିଡ଼ ସୃଷ୍ଟି ହୋଇଛି। ଏହି ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ତାଲିବାନ ଆଫଗାନିସ୍ତାନର ଆକାଶ ମାର୍ଗ କରି ଦେଇଛି। ଯାହାଫଳରେ କାବୁଲରୁ ଦିଲ୍ଲୀ ମଧ୍ୟରେ ସମସ୍ତ ଉଡ଼ାଣ ରଦ୍ଦ ହୋଇଛି। ଏହାପରେ ଭାରତୀୟ ନାଗରିକଙ୍କ ପାଇଁ ସଙ୍କଟ ଆହୁରି ଅଧିକ ବଢିଯାଇଛି।

ଦିଲ୍ଲୀରୁ କାବୁଲ ଏୟାର ଇଣ୍ଡିଆର ଫ୍ଲାଇଟ୍ ରଦ୍ଦ କରାଯାଇଛି। କାବୁଲରୁ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟଙ୍କୁ ବାହାର କରିବା ପାଇଁ ଏୟାର ଇଣ୍ଡିଆର ଦୁଇଟି ବିମାନ ପ୍ରସ୍ତୁତ ରଖିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏୟାର ଇଣ୍ଡିଆ ଜରୁରୀକାଳୀନ ସଂଚାଳନ ପାଇଁ ଏକ ଟିମ୍ ପ୍ରସ୍ତୁତ କରିଛି। କାବୁଲ ବିମାନ ବନ୍ଦରରେ ଭିଡ଼ ନିୟନ୍ତ୍ରଣ କରିବାକୁ ଆମେରିକୀୟ ସେନା ଫାଇରିଂ କରୁଛି। ଆମେରିକୀୟ ସେନା ଗୁଳିରେ ୫ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି। ଅପର ପକ୍ଷରେ ଆଫଗାନିସ୍ତାନରୁ ଆମେରିକୀୟ, ଏବଂ ତାର ମିତ୍ର ଓ ସହଯୋଗୀଙ୍କୁ ବାହାର କରିବା ପାଇଁ ଆମେରିକା କାବୁଲ ବିମାନ ବନ୍ଦରରେ ଆଉ ୬ ହଜାର ସୈନିକଙ୍କୁ ନିୟୋଜିତ କରିବ ବୋଲି କହିଛି। ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ତାର ସହଯୋଗୀ ଦେଶର ସମକକ୍ଷଙ୍କ ସହ ଆଲୋଚନା ସମୟରେ ଏହା କହିଛନ୍ତି। ତେବେ ଏହି ଆଲୋଚନା ସମୟରେ ଭାରତ ଉପସ୍ଥିତ ନଥିଲା।


Share It

Comments are closed.