ୱେଷ୍ଟଇଣ୍ଡିଜ ପାଇଁ ସଂକଟମୋଚନ ସାଜିଲେ ଏହି ୧୯ ବର୍ଷିୟ ଖେଳାଳୀ, ୧୧ ନମ୍ବରେ ବ୍ୟାଟିଙ୍ଗ କରି ଦଳକୁ ଦେଲେ ଦମଦାର ବିଜୟ
ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ର ଦ୍ୱିତୀୟ ସଂସ୍କରଣରେ ୱେଷ୍ଟଇଣ୍ଡିଜ ଦଳର ଶାନଦାର ଆରମ୍ଭ। କିଙ୍ଗଷ୍ଟନ୍ ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ୧ ୱିକେଟରେ ପରାସ୍ତ କରି ୱେଷ୍ଟଇଣ୍ଡିଜ ବିଜୟୀ ହୋଇଛି। ୱେଷ୍ଟଇଣ୍ଡିଜ ଆଗରେ ୧୬୮ରନର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ। ହେଲେ ୱେଷ୍ଟଇଣ୍ଡିଜ ଦଳ ୧୫୧ ରନରେ ୯ ୱିକେଟ ହରାଇ ସଙ୍କଟରେ ଥିଲା। ଏପରିକି ୱେଷ୍ଟଇଣ୍ଡିଜର ପରାସ୍ତ ସୁନିଶ୍ଚିତ ଭଳି ମନେ ହେଉଥିଲା। ହେଲେ ୧୯ ବର୍ଷିୟ ଜେଡନ ସିଲ୍ସ ବଦଳାଇଥିଲେ ମ୍ୟାଚର ମୋଡ ଆଉ କେମାର ରୋଚଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ।
That winning moment!🙌🏾 Sabina Park has witnessed history! #WIvPAK #MenInMaroon pic.twitter.com/OGJef9rWcV
— Windies Cricket (@windiescricket) August 15, 2021
ଜେଡନ ସିଲ୍ସ ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସି ରୋଚଙ୍କୁ ସହଯୋଗ କରିଥିଲେ। ଗୋଟିଏ ମୁଣ୍ଡରେ ରୋଚ୍ ରନ୍ କରିଥିବା ବେଳେ ଅନ୍ୟପଟେ ଜେଡନ୍ ରକ୍ଷାତ୍ମକ ଢଙ୍ଗରେ ପ୍ରଦର୍ଶନ କରି ରୋଚଙ୍କ ପୂର୍ଣ୍ଣ ସମର୍ଥନ କରିବା ସହ ଦଳକୁ ବିଜୟୀ କରାଇଥିଲେ। ରୋଚ୍ ଓ ଜେଡନଙ୍କ ମଧ୍ୟରେ ୧୭ ରନର ପାର୍ଟନରସିପ୍ ହୋଇଥିଲା। ଜେଡନ ୧୩ଟି ବଲ୍ ଖେଳି ୨ ରନ୍ ସ୍କୋର କରିଥିଲେ। ୧୯ ବର୍ଷିୟ ଜେଡନଙ୍କ ପାଇଁ ଏହି ମ୍ୟାଚ୍ ସ୍ମରଣୀୟ ହୋଇ ରହିବ କାରଣ ଜେଡନ୍ ପ୍ରଥମ ଇନିଂସରେ ୩ଟି ୱିକେଟ ନେଇଥିଲେ। ସେହିପରି ଦ୍ୱିତୀୟ ଇନିଂସରେ କ୍ୟାରିୟରର ପ୍ରଥମ ୫ ୱିକେଟ ସଫଳତା ପାଇଥିଲେ। ଏଥିସହିତ ୱେଷ୍ଟଇଣ୍ଡିଜର ସବୁଠୁ ଯୁବ ବୋଲର ଭାବେ ଜେଡନ ୫ ୱିକେଟ ନେଇଛନ୍ତି।
ୱେଷ୍ଟଇଣ୍ଡିଜ ବିଜୟରେ ଜେଡନଙ୍କ ବଡ଼ ସହଯୋଗ ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚର ଦ୍ୱିତୀୟ ଇନିଂସରେ ୫ ୱିକେଟ ସଫଳତା ନେଇ ଜେଡନ୍ ଏଲ୍ଫ ଭେଲେଣ୍ଟାଇନଙ୍କ ରେକର୍ଡ ଭାଙ୍ଗି ନିଜ ନାମରେ ଯୋଡ଼ିଛନ୍ତି ଏକ ସଫଳତାର ଫର୍ଦ୍ଦ। ଭେଲେଣ୍ଟାଇନ୍ ୧୯୫୦ ମସିହାରେ ୫ ୱିକେଟ ସଫଳତା ନେଇଥିଲେ। ସେତେବେଳକୁ ତାଙ୍କୁ ୨୦ ବର୍ଷ ହୋଇଥିଲା। ଏବେ ଜାଡେନ ସେଲ୍ସ ୧୯ ବର୍ଷ ୩୪୦ ଦିନରେ ଏହି କାରନାମ କରି ଇତିହାସ ସୃଷ୍ଟି କରିଛନ୍ତି।
Comments are closed.