ରାହୁଲଙ୍କ ଆକାଉଣ୍ଟ ଅନ୍‌ଲକ କଲା ଟ୍ୱିଟର

Share It

ଶେଷରେ କଂଗ୍ରେସ ଆଗରେ ମୁଣ୍ଡ ନୁଆଁଇଲା ଟ୍ୱିଟର । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟକୁ ଅନଲକ୍ କଲା ଟ୍ୱିଟର । ପ୍ରାୟ ସପ୍ତାହ ପାଇଁ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା । ରାହୁଲ ଗାନ୍ଧିଙ୍କୁ ତଥା କଂଗ୍ରେସର ଅନ୍ୟ ନେତାଙ୍କୁ ଆରାମ ପ୍ରଦାନ କରି ତାଙ୍କ ଆକାଉଣ୍ଟକୁ ପୁନଃ ଆରମ୍ଭ କରାଯାଇଛି ।

ସୂଚନା ଥାଉକି, ରାହୁଲ ଗାନ୍ଧିଙ୍କ ଆକାଉଣ୍ଟ ଟ୍ୱିଟରରେ ଦିଲ୍ଲୀରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାର ନଅ ବର୍ଷର ପୀଡିତାଙ୍କ ପିତାମାତାଙ୍କ ବୈଠକର ଚିତ୍ର ସେୟାର କରିଥିବାରୁ ସ୍ଥଗିତ ରଖାଯାଇଛି । କଂଗ୍ରେସ ପକ୍ଷରୁ ଏନେଇ ଟ୍ୱିଟରରେ ସ୍ପଷ୍ଟ କରାଯାଇଛି । ଏହାସହ ବନ୍ଦ ହୋଇଥିବା ସମସ୍ତ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ବି ଅନଲକ କରାଯାଇଛି ।କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଗତକାଲି ଟ୍ୱିଟରକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ କମ୍ପାନୀ ଭାରତରେ ବ୍ୟବସାୟ କରୁନାହିଁ, ଏହା ଦେଶର ରାଜନୀତିର ଦିଗ ସ୍ଥିର କରିବାକୁ କାର୍ଯ୍ୟ କରୁଛି । ରାହୁଲ ଗାନ୍ଧୀ କହିଥିଲେ ଯେ ଜଣେ ରାଜନେତା ଭାବରେ ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ । କମ୍ପାନୀ ଦ୍ୱାରା ଏଭଳି ପଦକ୍ଷେପ ନିଆଯିବା ହେଉଛି ଦେଶର ଗଣତାନ୍ତ୍ରିକ ଗଠନ ଉପରେ ଆକ୍ରମଣ ।


Share It

Comments are closed.