ଯୁବ ଇଞ୍ଜିନିୟର ଅନିଲ ପ୍ରଧାନଙ୍କ ସଫଳତା ପ୍ରତ୍ୟେକ ଭାରତୀୟ ଏବଂ ଓଡ଼ିଆଙ୍କ ପାଇଁ ଗୌରବ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର- ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ଅବଦାନ ପାଇଁ ରାଷ୍ଟ୍ରୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର ଅନିଲ ପ୍ରଧାନଙ୍କୁ ନୂଆଦିଲ୍ଲୀରେ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବ ଇଞ୍ଜିନିୟର ଅନିଲଙ୍କ ସଫଳତା ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଓଡ଼ିଆଙ୍କ ପାଇଁ ଗୌରବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଭାରତର ଯୁବଶକ୍ତି ହେଉଛନ୍ତି ପରିବର୍ତନର ଆଧାରଶୀଳା, ଯେଉଁମାନେ କୋଭିଡ୍ ପରବର୍ତୀ ନୂତନ ବିଶ୍ୱରେ ଆତ୍ମନିର୍ଭର ଭାରତର ସ୍ଥାନକୁ ମଜବୁତ୍ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏହିଭଳି ଅନେକ ଯୁବପିଢ଼ି ଓ ଯୁବ ଉଦ୍ୟୋଗୀଙ୍କ ଅନିଲ ପ୍ରେରଣାର ଉତ୍ସ ହୋଇଛନ୍ତି । ଯୁବ ଇଞ୍ଜିନିୟର ଅନିଲ ନବସୃଜନ, ଶିକ୍ଷା ଏବଂ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିବା ପାଇଁ ଅନେକ ଲୋଭନୀୟ ଚାକିରି ଛାଡିଛନ୍ତି । କଟକ ଜିଲ୍ଲାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରି ଅନିଲ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷିତ କରିବା ସହ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିବା ପ୍ରଶଂସନୀୟ ।
Comments are closed.