ଜମ୍ମୁ କାଶ୍ମୀରର ବିଜେପି ନେତାଙ୍କ ଘର ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ୪ ବର୍ଷର ଶିଶୁ ମୃତ, ୭ ଗୁରୁତର

Share It

ଗୁରୁବାର ରାତିରେ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଭାରତୀୟ ଜନତା ପାର୍ଟି ନେତାଙ୍କ ଘରେ ଗ୍ରେନେଡ ଆକ୍ରମଣରେ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏଥିସହ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ଗ୍ରେନେଡ ଆକ୍ରମଣରେ ବିଜେପି କର୍ମୀ ଜସବୀର ସିଂ, ତାଙ୍କ ପିତାମାତା ଏବଂ ଅନ୍ୟ ତିନି ସମ୍ପର୍କୀୟ ଆହତ ହୋଇଛନ୍ତି । ସନ୍ଦିଗ୍ଧ ଆତଙ୍କବାଦୀମାନେ ଚାନ୍ଦଲି ଅଞ୍ଚଳରେ ଥିବା ଘରେ ଏହି ଗ୍ରେନେଡ ଫିଙ୍ଗିଥିଲେ ଏବଂ ଏହା ଟେରାସରେ ବିସ୍ଫୋରଣ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି ।

ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ରାଜନେତାଙ୍କ ଉପରେ, ବିଶେଷକରି ବିଜେପି ସହ ଲିଙ୍କ୍ ଥିବା ଲୋକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଚାରି ଦିନ ପୂର୍ବେ କାଶ୍ମୀର ଘାଟିର ଅନନ୍ତନାଗରେ ଜଣେ ଗାଁ ମୁଖିଆ ଏବଂ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯିବା ପରେ ଏହି ମାମଲା ସାମ୍ନାକୁ ଆସିଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ ଏହି ସପ୍ତାହରେ କହିଥିଲେ ଯେ ନିକଟରେ ତିନିରୁ ଚାରି ଗୋଷ୍ଠୀ ଆତଙ୍କବାଦୀ ସୀମା ଆରପାରିକୁ ପ୍ରବେଶ କରିଛନ୍ତି ।


Share It

Comments are closed.