ଆଫଗାନିସ୍ତାନର ସ୍ଥିତି ପାଇଁ ବିଡେନଙ୍କୁ ଦାୟୀ କଲେ ଟ୍ରମ୍ପ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଆଫଗାନିସ୍ତାନର ସ୍ଥିତି ପାଇଁ ଦାୟୀ କରିଛନ୍ତି। ଟ୍ରମ୍ପ କହିଛନ୍ତି, ୟୁଏସ୍ ଆଫଗାନିସ୍ତାନରୁ ହଟିବା ବେଳେ ବିଡେନ କୌଣସି ସର୍ତ୍ତ ରଖିନଥିଲେ, ଯେଉଁ କାରଣରୁ ଦୁର୍ଦାନ୍ତ ତାଲିବାନୀ ସେଠାରେ ଆତଙ୍କ ସୃଷ୍ଟି କରିଥିଲେ। ଟ୍ରମ୍ପ କହିଛନ୍ତି, ଯେଉଁ ବିଡେନ୍ ଆଫଗାନିସ୍ତାନରୁ ବାହାରକୁ ଆସିବା ପାଇଁ ୩୧ ଅଗଷ୍ଟର ତାରିଖ ଧାର୍ଯ୍ୟ କରିଥିଲେ, କିନ୍ତୁ ମୁଁ ରାଷ୍ଟ୍ରପତି ଥିଲେ କିଛି ଅଲଗା ହୋଇଥାନ୍ତି। ଏହି ଡିଲ୍ ସଫଳ ରହିଥାନ୍ତା।
ଉଲ୍ଲେଖନୀୟ ଯେ, ୨୦୨୦ରେ ଆମେରିକା ଦୋହାରେ ତାଲିବାନ ସହିତ ଏକ ଡିଲ୍ କରିଥିଲା। ସେତେବେଳେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିଲେ। ଏହାପରେ ଆମେରିକା ନିଜର ସୈନିକଙ୍କୁ ମଇ ୨୦୨୧ ରେ ନିଜର ସେନା ସେଠାରୁ ହଟାଇ ନେଇଥିଲା। ଚଳିତ ବର୍ଷ ଯେତେବେଳେ ବିଡେନ୍ ଆମେରିକାର ରାଷ୍ଟ୍ରପତି ହୋଇଥିଲେ ସେତେବେଳେ ସେ ତାଲିବାନ ସହିତ କୌଣସି ସର୍ତ୍ତ ରଖିନଥିଲେ।
ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ଯଦି ମୁଁ ସେତେବେଳେ ରାଷ୍ଟ୍ରପତି ହୋଇଥାଆନ୍ତି, ତେବେ ସାରା ବିଶ୍ୱ ଦେଖିଥାନ୍ତା ଆମେ କିପରି ସେଠାରୁ ହଟିଥାନ୍ତୁ, ଏହା ସର୍ତ୍ତ ଉପରେ ଆଧାରିତ ହୋଇଥାନ୍ତା। ଟ୍ରମ୍ପ ଦାବି କରିଛନ୍ତି ଯେ ‘ମୁଁ ବ୍ୟକ୍ତିଗତ ଭାବେ ତାଲିବାନର ବରିଷ୍ଠ ନେତାଙ୍କ ସହ କଥା ହୋଇଥିଲି। ସେମାନେ ଏହା ମଧ୍ୟ ଜାଣିଥିଲେ ଯେ, ଯାହା କରୁଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ। ଯଦି ମୁଁ ରାଷ୍ଟ୍ରପତି ରହିଥାନ୍ତି ତେବେ ଚୁକ୍ତିକିଛି ଅଲଗା ପ୍ରକାର ହୋଇଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି।
Comments are closed.