ମୋଦି ସରକାରଙ୍କର ଆଦେଶ କାରଣରୁ ଟ୍ୱିଟର ବନ୍ଦ କରିଛି ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ : କଂଗ୍ରେସ
ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ଟ୍ଵିଟର ଅସ୍ଥାୟୀ ଭାବେ ବନ୍ଦ କରିଛି। ଟ୍ଵିଟରର ଏହି ପଦକ୍ଷେପକୁ ନାପସନ୍ଦ କରିଛି କଂଗ୍ରେସ। ଟ୍ଵିଟର କାର୍ଯ୍ୟାନୁଷ୍ଠାନ ମାମଲାରେ ଦୋମୁହାଁ ନୀତି ଆପଣଉଥିବା ସୋମବାର ଅଭିଯୋଗ କରିଛି କଂଗ୍ରେସ। ଟ୍ଵିଟର ମୋଦୀ ସରକାରଙ୍କ ଆଦେଶରେ ଅଭିବ୍ୟକ୍ତିର ସ୍ଵାଧୀନତା ଉଲ୍ଲଂଘନ କରୁଛି। ପାର୍ଟି ଏହା ମଧ୍ୟ ଦାବି କରିଛି ଯେ, ଆଇଏନସି-ଟିଭିର ଟ୍ଵିଟର ହ୍ୟାଣ୍ଡେଲ ଉପରେ ସୋମବାର ସକାଳୁ କଟକଣା ଲଗାଇଛି।
ଟ୍ଵିଟରର ଏହି ପଦକ୍ଷେପକୁ ରବିବାର ସନ୍ଧ୍ୟାରେ କଂଗ୍ରେସ ପାର୍ଟିର ସାଧାରଣ ସଂପାଦକଙ୍କ ବୈଠକରେ ମଧ୍ୟ ନିନ୍ଦା କରାଯାଇଛି। ଏହି ମାମଲାକୁ ପ୍ରତିଟି ସ୍ତରରେ ଉଠାଯିବ ବୋଲି ପାର୍ଟି କହିଛି। ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯିବା ପ୍ରସଙ୍ଗ ଉପରେ ପାର୍ଟିର ସାଧାରଣ ସଂପାଦକ, ପ୍ରଭାରୀ, ପସିସି ଅଧ୍ୟକ୍ଷଙ୍କ ବୈଠକରେ ଆଲୋଚନା ହୋଇଛି।
ବିରୋଧୀ ଦଳ ଅଭିଯୋଗ କରିଛି ଯେ, ଟ୍ଵିଟର ଭାରତ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ତରବରିଆ ଭାବେ କାମ କରିଛି। କଂଗ୍ରେସ କହିଛି, ରାହୁଲ ଗାନ୍ଧୀଙ୍କ ଟ୍ଵିଟ୍କୁ ଡିଲିଟ୍ କରିବା ଏବଂ ନଅ ବର୍ଷୀୟ ଦୁଷ୍କର୍ମ ପୀଡିତାଙ୍କ ପରିବାର ପରେ ସେମାନଙ୍କ ଫଟୋ ପୋଷ୍ଟ କରିବା ନେଇ ତାଙ୍କ ଆକାଉଣ୍ଟକୁ ବାତିଲ୍ କରାଯାଇଥିଲା। କିନ୍ତୁ ଟ୍ଵିଟର ଏହି ଧରଣର ପୋଷ୍ଟ କରୁଥିବା ଅନ୍ୟ ହ୍ୟାଣ୍ଡେଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ।
Comments are closed.