ପାକିସ୍ତାନରେ ହିନ୍ଦୁ ବିରୋଧରେ ଅତ୍ୟାଚାରକୁ ନେଇ ବିକ୍ଷୋଭ, ଶୁଣିବାକୁ ମିଳିଲା ଜଶ୍ରୀରାମ ଓ ହରହର ମହାଦେବ ନାରା

Share It

କିସ୍ତାନର ରହିମ ୟାର ଖାନ୍ ଅଞ୍ଚଳ ନିକଟରେ ଥିବା ମନ୍ଦିରରେ ଭଙ୍ଗାରୁଜା କରିବା ଘଟଣାକୁ ନେଇ ବଢିଲା ଉତ୍ତେଜନା। ସେଠାରେ ଥିବା ହିନ୍ଦୁ ସମାଜର ଲୋକଙ୍କ ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନି। ପାକିସ୍ତାନର କରାଚୀରେ ଥିବା ସଂଖ୍ୟାଲଘୁମାନେ ରବିବାର ଲଗାତାର ହେଉଥିବା ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ କରାଚୀରେ ଯୋରଦାର ଭାବରେ ‘ଜୟ ଶ୍ରୀ ରାମ’ ଓ ‘ହର ହର ମହାଦେବ’ ନାରାବାଜୀ ଶୁଣିବାକୁ ମିଳିଥିଲା। ରବିବାର କରାଚୀ ପ୍ରେସ କ୍ଲବ ବାହାରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଳେ। ସେମାନଙ୍କ ଭିତରେ ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଇସାଇ ଓ ଅନ୍ୟ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ। ସେମାନେ ନିକଟରେ ମନ୍ଦିରର ଭଙ୍ଗାରୁଜା କରିବା ଘଟଣା ନିନ୍ଦା ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ପ୍ରଶ୍ନ ଉଠାଇଛନ୍ତି। ଏହା ପ୍ରଦର୍ଶନକାରୀଙ୍କ ଦ୍ବାରା ହର ହର ମହାଦେବ, ଜୟ ଶ୍ରୀରାମର ସ୍ଲୋଗାନ ଦେଇଥିଲେ। ପ୍ରଦର୍ଶନକାରୀମାନେ କେଶରୀ ରଙ୍ଗର ପତାକା ଲଗାଇ ‘ୱି ୱାଣ୍ଟ ଜଷ୍ଟିସ୍’ ଲେଖି ପତାକା ଲହରାଇଥିଲେ। ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ଭିତରେ କରାଚୀର ପ୍ରସିଦ୍ଧ ପ୍ରାଚୀନ ହନୁମାନ ମନ୍ଦିରର ମୁଖ୍ୟ ପୂଜାରୀ ରାମନାଥ ମିଶ୍ର ମହାରାଜ ମଧ୍ୟ ସାମିଲ ଥିଲେ। ସେ କହିଛନ୍ତି, ରହିମ ୟାର ଖାନ୍ ଯେଉଁଭଳି ଭାବରେ ଗଣେଶ ମନ୍ଦିରରେ ଗୁଣ୍ଡାମାନେ ଭଙ୍ଗାରୁଜୁ କରିଛନ୍ତି, ତାକୁ ଆମେ କଡା ନିନ୍ଦା କରୁଛୁ।


Share It

Comments are closed.