ଚଳିତ ଦୁର୍ଗା ପୂଜାରେ ମୁହଁରେ ସୁନାର ମାସ୍କ ଏବଂ ହାତରେ ସାନିଟାଇଜର ଧରିଥିବାର ନଜର ଆସିବେ ମା’

Share It

ଆସନ୍ତା ଅକ୍ଟୋବରରେ ଧରାବତର କରିବେ ଜଗତଜନନୀ ଦେବୀ ଦଶଭୂଜା । ମାଆଙ୍କ ଆଗମନରେ ପ୍ରକମ୍ପିତ ହେବ ସାରା ପରିବେଶ । ହେଲେ ଗତ ୨ ବର୍ଷ ଭଳି ଏବର୍ଷ ମଧ୍ୟ ପୂଜାରେ ଲାଗିପାରେ କରୋନା ଗ୍ରହଣ । କାରଣ ସାରା ଦେଶରେ କରୋନାର ୨ୟ ଲହର ପ୍ରକୋପ କମିଥିବାବେଳେ ଏବେ ତୃତୀୟ ଲହର ଭୟ ଦେଖାଦେଲାଣି । ଏବେ ମଧ୍ୟ ଅନେକ ସ୍ଥାନରେ କରୋନା ପାଇଁ ଲକଡାଉନ ଜାରି ରହିଛି । ଅତି ଅବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ତେବେ ଗତବର୍ଷ ଭଲି ଏବର୍ଷ ମଧ୍ୟ କରୋନା କଟକଣାରେ ମାଆଙ୍କ ପୂଜା ହେବ ବୋଲି ଅନୁମାନ କରାଯାଉଛି । କୋଲକାତାରେ ଦଶହରାରେ ଦେବୀଙ୍କ ପୂଜାକୁ ଧୂମଧାମରେ କରାଯାଇଥାଏ । ଖାସ ଆକର୍ଷଣ ଥାଏ ମାଆଙ୍କ ପ୍ରତିମୂର୍ତ୍ତି । ଏଥର ମଧ୍ୟ କରୋନା କଟକଣାରେ ମାଆଙ୍କ ପୂଜା କରିବାକୁ ସବୁ ସ୍ତରରେ ପ୍ରୟାସ କରାଯାଇଛି । ଏଥର କୋଲକାତାରେ ଥିବା ବାଗୁଆତୀ ପୂଜା କମିଟି ମାଆଙ୍କ ଭିନ୍ନ ଧରଣର ମୂର୍ତ୍ତି କରିବାକୁ ନିଷ୍ପତ୍ତି ନେଇଛି ।

ଏଥର ମାଆ ନିଜେ କରିବେ କରୋନା ସଚେତନତା । ମୁଖରେ ରହିବ ମାସ୍କ, ହାତରେ ରହିବା ସାନିଟାଇଜର, ଗନ ସହ ଅନ୍ୟାନ୍ୟ ସାମଗ୍ରୀ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ମାସ୍କ ହେବ କେବଳ ସୁନାରେ ତିଆରି । ତା ପୁଣି ୨୦ ଗ୍ରାମର । ଏହାର ଅର୍ଥ ହେଉଛି ମାଆ ନିଜେ ସୁନାର ମାସ୍କ ପିନ୍ଧି ଲୋକଙ୍କୁ କରୋନା ବିରୋଧରେ କରିବେ ସଚତେନତା ।
ଟିଏମସି ବିଧାୟକ ତଥା ବଙ୍ଗାଳୀ ଗାୟକ ଆଦିତ୍ୟ ମୁନ୍ସି ବାନ୍ଧୁ ମହଲ କ୍ଲବରେ ପ୍ରତିମା ଉନ୍ମୋଚନ କରିବା ପରେ ଏକଥା କହିଛନ୍ତି । ସେ କହିଛନ୍ତି ଦୟାକରି ସୁନା ମାସ୍କକୁ ଏକ ଉଚ୍ଚସ୍ତରୀୟ ଆନୁଷଙ୍ଗିକ ବୋଲି ଭାବନ୍ତୁ ନାହିଁ । ଏମିତି କରିବାର କାରଣ ଯେ, ପ୍ରତ୍ୟେକ ବଙ୍ଗଳାର ଝିଅ ମାନେ ସୁନା ଝିଅ । ଏବଂ ପ୍ରତି ପିତାମାତା ନିଜ ଝିଅକୁ ସୁନାରେ ଆଚ୍ଛାଦନ କରିବାକୁ ଇଚ୍ଛା କରନ୍ତି । ସେଥିପାଇଁ ସଚେତନତା ସୃଷ୍ଟି କରିବା ତଥା ବାର୍ତ୍ତା ପ୍ରଚାର କରିବା ପାଇଁ ଆମେ ଏପରି କରିଛୁ । ଚାଲୁଥିବା କୋଭିଡ -19 ମହାମାରୀ ସମୟରେ ଡାକ୍ତରଙ୍କ ସୁରକ୍ଷା ପରାମର୍ଶ ପାଳନ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।


Share It

Comments are closed.