ଦୁନିଆର ସବୁଠାରୁ ଧନୀ ମହିଳା ଭାବେ ମାନ୍ୟତା ପାଇଲେ ପପଷ୍ଟାର ରିହାନା, ଅଟନ୍ତି ଏତେ ସମ୍ପତିର ମାଲିକାଣି

Share It

ଆମେରିକୀୟ ପପ୍ ଷ୍ଟାର ରିହାନା ପୁଣି ଥରେ ଲାଇମ୍ ଲାଇଟ୍ ରେ । ଆମେରିକାର ବିଜନେସ୍ ମାଗାଜିନ୍ ‘ଫୋର୍ବସ୍’ ରିହାନାଙ୍କୁ ବିଶ୍ୱର ସବୁଠାରୁ ଧନୀ ମହିଳା ଗାୟିକା ଭାବରେ ଘୋଷଣା କରିଛି। ‘ଫୋର୍ବସ୍’ ମାଗାଜିନ୍ ଅନୁଯାୟୀ ରିହାନାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏହା ସହିତ ପପ୍ ଷ୍ଟାର୍ ରିହାନାଙ୍କ ନାମରେ ଏକ ବଡ଼ ଉପଲବ୍ଧି ଯୋଡି ହୋଇଯାଇଛି।

ରିହାନାଙ୍କ ରୋଜଗାରର ଉତ୍ସ କେବଳ ସଂଗୀତ ନୁହେଁ ବରଂ ସେ ଅନେକ ବ୍ରାଣ୍ଡ୍ କୁ ମଧ୍ୟ ପ୍ରମୋଟ୍ କରନ୍ତି । ଫୋର୍ବସ୍ ମାଗାଜିନ ଅନୁଯାୟୀ, ରିହାନାଙ୍କ ୧.୪ ବିଲିୟନ ଡଲାରର ସମ୍ପତ୍ତି ଫେଣ୍ଟି ବିୟୁଟି କସମେଟିକ୍ସ ଲାଇନ ମାଧ୍ୟମରେ ଆସିଛି ଯେଉଁଥିରେ ସେ ୫୦ ପ୍ରତିଶତ ରଖିଛନ୍ତି। ଏହା ବ୍ୟତୀତ, ତାଙ୍କର ଅବଶିଷ୍ଟ ସମ୍ପତ୍ତି ସେଭେଜ୍ ଏକ୍ସ ଫେଣ୍ଟି ଲିଙ୍ଗର କମ୍ପାନୀରେ ଥିବା ସେୟାରରୁ ଏବଂ ଅଭିନେତ୍ରୀ-ଗାୟିକାଙ୍କ ରୋଜଗାରରୁ ଆସୁଛି । ୩୨ ବର୍ଷର ରିହାନାଙ୍କର ଏକ ବ୍ୟୁଟି କମ୍ପାନୀ ସହିତ ଫେଣ୍ଟି ନାମକ ଏକ ଫ୍ୟାଶନ୍ ବ୍ରାଣ୍ଡ୍ ମଧ୍ୟ ଅଛି ।

୨୦୧୯ ରେ ରିହାନା ଫୋର୍ବସ୍ ଲିଷ୍ଟରେ ସବୁଠାରୁ ଧନୀ ମ୍ୟୁଜିସିୟନ୍ ଥିଲେ। ଫୋର୍ବସ୍ ଅନୁଯାୟୀ, ସେହି ସମୟରେ ରିହାନାଙ୍କ ମୋଟ ସମ୍ପତ୍ତି ୬୦୦ ମିଲିୟନ୍ ଡଲାର୍ ବା ୪୪୦୦ କୋଟି ଥିଲା। ଏଥି ସହିତ, ଚଳିତ ବର୍ଷ ତାଙ୍କର ମୋଟ ସମ୍ପତ୍ତି ୪୬୦୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ରିହାନା ବର୍ତ୍ତମାନ ପର୍ଯ୍ୟନ୍ତ ଏକକ କଳାକାର ଭାବରେ ଲଣ୍ଡନର ‘୦୨ ଆରେନା’ରେ ୧୦ ଟି ମ୍ୟୁଜିକ୍ ସୋ’ କରିଛନ୍ତି, ଯାହା ଏକ ବଡ଼ ସଫଳତା ।

୨୦୧୨ ମସିହାରେ, ରିହାନା ବ୍ୟାଟ୍ସଲସିପ୍ ଫିଲ୍ମ ମାଧ୍ୟମରେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ରିହାନା ହଲିଉଡର ବ୍ୟାଟ୍ସଲସିପ୍ ଏବଂ ‘ଓସିଅନ୍ ଏସ୍ ୮’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।


Share It

Comments are closed.