ଆଜି ସଂପ୍ରସାରଣ ହୋଇପାରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ, ଓଡିଶାରୁ କାହାକୁ ମିଳିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା

Share It

ଆଜି ସଂଧ୍ୟାରେ ହୋଇପାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଏଭିତରେ ଦିଲ୍ଲୀକୁ ଅନେକ ନେତାଙ୍କୁ ଡକରା ହୋଇଛି । ତେବେ କେମିତି ହେବ ମୋଦିଙ୍କ ଡ୍ରିମ୍ ଟିମ୍ ସେନେଇ ଆକଳନ ଚାଲିଛି । ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ । ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ।

ଦେଶର ଇତିହାସରେ ସବୁଠୁ ୟଙ୍ଗ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଦି କ୍ୟାବିନେଟ୍ ର ହାରାହାରି ବୟସ କମ ରହିବ । ମନ୍ତ୍ରୀ ପଦ ଲାଗି ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ଉପରେ ଗୁରୁତ୍ବ ରହିବ । ଦଳିତ ଏବଂ ପଛୁଆ ବର୍ଗର ପ୍ରତିନିଧିତ୍ବ ବଢ଼ିପାରେ । ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ମନ୍ତ୍ରିମଣ୍ଡଳରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ତେବେ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଥିବା କିଛି ପ୍ରମୂଖ ନାଁ ହେଉଛି, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ପଶୁପତି ପାରସ, ସୁଶୀଲ ମୋଦି, ସନ୍ତୋଷ କୁଶୱା, ରୀତା ବହୁଗୁଣା ଯୋଶୀ, ଅନୁପ୍ରିୟା ପଟେଲ ଏବଂ ବରୁଣ ଗାନ୍ଧୀ । N.D.A. ରେ ସାମିଲ ଥିବା ଛୋଟ ଛୋଟ ଦଳଗୁଡ଼ିକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ସଦସ୍ୟ ରହିପାରିବେ। କିନ୍ତୁ ବର୍ତ୍ତମାନ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ଅଛନ୍ତି ୫୩ ଜଣ ସଦସ୍ୟ। ତେଣୁ ଆଉ ୨୮ ଜଣ ଏଥିରେ ସାମିଲ ହୋଇପାରିବେ।


Share It

Comments are closed.