ମାସ୍କ ପିନ୍ଧିବା ବେଳେ ଏଭଳି ଭୁଲ କଦାପି କରନ୍ତୁ ନାହିଁ, ନଚେତ ହୋଇପାରନ୍ତି ଆପଣ କରୋନାରେ ଆକ୍ରାନ୍ତ
କରୋନା ଭାଇରସ୍ ସାରା ଦୁନିଆକୁ ଆତଙ୍କିତ କରି ରଖିଛି । ତେଣୁ ଏବେ ମାସ୍କ ବ୍ୟବହାର କରିବା ଦ୍ୱାରା ହିଁ ନିଜକୁ ସୁରକ୍ଷିତ ରଖିବା ସହ ସଂକ୍ରମଣରୁ ରକ୍ଷା ପାଇବାର ଅନ୍ୟତମ ଉପାୟ । ଅବଶ୍ୟ ମାସ୍କ ପିନ୍ଧିବା କୌଣସି ଆରାମଦାୟକ ଅଭ୍ୟାସ ନୁହେଁ । ଅଧିକ ସମୟ ମାସ୍କ ପିନ୍ଧିବା ଦ୍ୱାରା ଝାଳ ବାହାରିବା ସହ ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଯଦି ଆପଣ ଉପଯୁକ୍ତ ମାସ୍କ ନ ପିନ୍ଧନ୍ତି, ତେବେ ନିଜ ସ୍ୱାସ୍ଥ୍ୟବସ୍ଥାକୁ ବିପଦକୁ ଠେଲି ଦେଉଛନ୍ତି ।
ବିଶେଷଜ୍ଞଙ୍କ କହିବା କଥା ଯଦି କେହି କୌଣସି ରୋଗରେ ଆକ୍ରାନ୍ତ ଥିବା ବେଳେ ଏମିତି କିଛି ଭୁଲ୍ କରନ୍ତି, ତେବେ ସେ ଅସୁରକ୍ଷିତ ହୋଇପାରନ୍ତି । ତେଣୁ କିଛି ଜରୁରି କଥା ସମସ୍ତେ ଜାଣିବା ଉଚିତ୍ । ସରକାରଙ୍କ ଦ୍ୱାରା କେତେକ ସ୍ଥାନରେ ମାସ୍କ ଲଗାଇବା ଅନିବାର୍ଯ୍ୟ କରାଯାଇଥିବା ବେଳେ ସିଡିସି ମାସ୍କ ସଂକ୍ରମଣରୁ ଅଟକାଇବାର ସର୍ବୋତ୍ତମ ଉପାୟ ଭାବେ ଗ୍ରହଣ କରିଛନ୍ତି । କିନ୍ତୁ ଗୋଟିଏ ଭୁଲ୍ ଏହି ପ୍ରଭାବକୁ ମଧ୍ୟ କମ୍ କରି ଦେଇପାରେ । ତାହା ହେଉଛି ମାସ୍କ ଲଗାଇ ବାରମ୍ବାର କାଶିବା । ଏମିତି କାହିଁକି? ଯଦି ଆପଣ ସଂକ୍ରମିତ ହେଉଛନ୍ତି କିମ୍ବା କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ଯାହାଙ୍କଠାରେ ଲକ୍ଷଣ ପ୍ରକାଶ ପାଉଥିବ, ସେହି
କ୍ଷେତ୍ରରେ ମାସ୍କ ଭାଇରସ୍ଜନିତ ବିପଦକୁ କମ କରିଥାଏ । କିନ୍ତୁ କାଶ ହେବା ଦ୍ୱାରା ମାସ୍କ ପାଟିରୁ ବାହାରୁଥିବା ଛେପବୁନ୍ଦା(ଡ୍ରପ୍ଲେଟ୍)ର ସମସ୍ତ ବୁନ୍ଦାକୁ ଅଟକାଇପାରି ନଥାଏ । ଫଳରେ ତାହା ପ୍ରସାରିତ ହୋଇଥାଏ ଅର୍ଥାତ ଗୋଟିଏ ମାସ୍କ ବା ସୁରକ୍ଷାତ୍ମକ ଗିଅରର ଉପଯୋଗ କରିବା ଦ୍ୱାରା କିଛି ଡ୍ରପ୍ଲେଟ୍ ବୁନ୍ଦାକୁ ରୋକାଯାଇପାରିବ । ତଥାପି କେବେ କେବେ ଏହିଡ୍ରପ୍ଲେଟ୍ ୩ ଫୁଟର ଦୂର ଯାଏ ଚାଲିଯାଇପାରେ । ଏଥିପାଇଁ ସାଇପ୍ରସ୍ର ନିକୋସିଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି, ଗବେଷକମାନେ କମ୍ପ୍ୟୁଟର ମଡେଲ ଉପଯୋଗ କରି ଜାଣିପାରିଛନ୍ତି ଯେ କାଶିବା ଦ୍ୱାରା ଛେପର ବୁନ୍ଦା କେତେଦୂର ଯାଏ ପ୍ରସାରିତ ହୋଇପାରିବ । ଜଣାପଡିଛି ଯେ କେବଳ ଉନ୍ନତମାନର ମାସ୍କ ବ୍ୟବହାର ହିଁ ଆମ ଯାତ୍ରାକୁ ସୁରକ୍ଷିତ କରିବ ।
ମାସ୍କ କାହିଁକି ପ୍ରଭାବୀ ହେଉନାହିଁ?
ଗବେଷଣାରୁ ଜଣାପଡିଛି ଛୋଟ ବୁନ୍ଦା ହିଁ ସବୁଠାରୁ ଦୂର ଯାଏ ଯିବାରେ ସକ୍ଷମ । ଏହାକୁ ଆହୁରି ଅଧିକ ଜାଣିବା ପାଇଁ ଆହୁରି ବୈଜ୍ଞାନିକ ଗବେଷଣାର ଆବଶ୍ୟକତା ରହିଛି । ଏହା ବି ଦେଖିବାକୁ ମିଳିଛି ଯେ ମାସ୍କର ଏକ ନିଶ୍ଚିତସ୍ତର ଏହି ବିପଦକୁ କମ୍ କରିବାରେ ସକ୍ଷମ ହୋଇପାରିବ । ପିପିଇ କିଟ୍ ପିନ୍ଧିଥିବା ଲୋକ ତୁଳନାରେ ମାସ୍କ ନ ପିନ୍ଧିଥିବା ଲୋକଠାରେ ଭାଇରସ୍ ସଂକ୍ରମଣର ଆଶଙ୍କା ଦୁଇଗୁଣା ଅଧିକ ରହିଥାଏ । ମାସ୍କ ଛାଡନ୍ତୁନି ମାସ୍କ ପିନ୍ଧିବା ଦ୍ୱାରା ସଂକ୍ରମଣର ପ୍ରଭାବ କମ୍ ହୋଇଯାଉଛି । ଖାସ୍ କରି ଯେତେବେଳେ କୌଣସି ବ୍ୟକ୍ତି ରୁମ୍ ଭିତରେ ଛିଙ୍କି ଥାନ୍ତି । ଏହାର ଅର୍ଥ ଯଦି ଜଣେ ରୋଗାଗ୍ରସ୍ତ ବ୍ୟକ୍ତି ମାସ୍କ ବ୍ୟବହାର କରନ୍ତି, ତେବେ ସେଠାରେ ଥିବା ଅନ୍ୟମାନେ ସୁରକ୍ଷିତ ରହିପାରିବେ ।
କେଭିଡ୍-୧୯ରୁ ରକ୍ଷା କରିବ କେଉଁ ମାସ୍କ
ବଜାରରେ ଭିନ୍ନ ଭିନ୍ନ ପ୍ରକାରର ମାସ୍କ ଉପଲବ୍ଧ । ଏନ୍-୯୫ ମାସ୍କ ଉଚ୍ଚତମ ସ୍ତରର ସୁରକ୍ଷା ଦେଇଥାଏ । ଅବଶ୍ୟ କପଡା ମାସ୍କ ଓ ସର୍ଜିକାଲ ମାସ୍କ ବି ବ୍ୟବହାର କରିପାରିବେ । ଯେଉଁ ମାସ୍କ ବ୍ୟବହାର କରନ୍ତୁ । ଉଚିତ୍ ଢଙ୍ଗରେ ହିଁ ବ୍ୟବହାର କରିବା ଆବଶ୍ୟକ । ମାସ୍କ ପିନ୍ଧିବା
ସହଜ ଲାଗିବନି । କିନ୍ତୁ ଏହା ହିଁ ଏକମାତ୍ର ଉପାୟ, ଯାହା ଆମକୁ ସୁରକ୍ଷିତ ରଖିବ । ଢିଲା ମାସ୍କ ବି ବ୍ୟବହାର କରନ୍ତୁନାହିଁ । କଥା କହିବା ସମୟରେ ମାସ୍କ ବାହାର କରନ୍ତୁ ନାହିଁ । କରନ୍ତୁନି ଏମିତି ଭୁଲ୍(ମାସ୍କ ମିଷ୍ଟେକ୍)
Comments are closed.