ମାଇକ୍ରୋସଫ୍ଟ ପକ୍ଷରୁ ଭାରତରେ ସରଫେସ୍ ଲାପ୍‌ଟପ୍ ୪ର ଶୁଭାରମ୍ଭ

Share It

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ରିଟେଲରଙ୍କ ଜରିଆରେ ବାଣିଜ୍ୟିକ ଓ ଶିକ୍ଷା ଗ୍ରାହକଙ୍କ ପାଇଁ ଓ ଆମାଜନ୍ ଡ଼ଟ ଇନ୍ ଜରିଆରେ ଗ୍ରାହକମାନଙ୍କ ଲାଗି ସରଫେସ୍ ୪ ଲାପ୍‌ଟପ୍ ସାଧାରଣ ଭାବେ ଉପଲବ୍ଧ କରାଯାଇଛି । ମାଇକ୍ରୋସଫ୍ଟର ବିବିଧ ଉତ୍ପାଦ ବର୍ଗମାଳାରେ ସଦ୍ୟତମ ଭାବେ ଯୋଡ଼ି ହୋଇଥିବା ଏହି ନୂତନ ଲାପଟପ୍ କର୍ମ କ୍ଷେତ୍ର ବାହାରେ କାର୍ଯ୍ୟ କରିବା ଓ ସୃଷ୍ଟି କରିବା-ଅଧିକ କିଛି ହାସଲ କରିବା ପାଇଁ ନୂଆ ପଥକୁ ଗ୍ରହଣ କରିବା ଲାଗି ବ୍ୟବହାରକାରୀମାନଙ୍କୁ ଏହା ସଶକ୍ତ କରୁଛି । ଭାରତର ସମସ୍ତ ଗ୍ରାହକମାନେ ସେମାନଙ୍କ ସ୍ଥାନୀୟ ବାଣିଜ୍ୟିକ ବିକ୍ରେତା, ରିଟେଲ ଷ୍ଟୋର୍ କିମ୍ବା ଆମାଜନ୍ ଡ଼ଟ ଇନ୍ ଜରିଆରେ ସରଫେସ୍ ଲାପ୍‌ଟପ୍ ୪ର ବରାଦ କରିପାରିବେ । ନଅ ମାସ ପର୍ଯ୍ୟନ୍ତର ନୋ-କଷ୍ଟ ଇଏମ୍‌ଆଇ ଯାହା ମାସିକ ୧୧,୪୪୪ ଟଙ୍କାରୁ ଆରମ୍ଭ ତାହା ସହ ଗ୍ରାହକ ଏସ୍‌କେୟୁ ଉପଲବ୍ଧ ହେବ । ଏହି ଡିଭାଇସ୍ ପ୍ଲାଟିନମ୍ ଓ କଳା ରଙ୍ଗ ସହିତ ଆଲ୍‌କାଂଟରା କିମ୍ବା ମେଟାଲ୍ ଫିନିସ୍‌ରେ ଆସିଛି ।
ଏହି ଅବସରରେ ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଏହାର ଚିଫ୍ ଅପରେଟିଂ ଅଫିସର,ରାଜୀବ ସୋଧି, କହିଛନ୍ତିଯେ,“ଭାରତକୁ ଆମେ ନୂଆ ସରଫେସ୍ ଲାପଟପ୍ ୪ ଆଣି ଅତ୍ୟନ୍ତ ଆନନ୍ଦି. ଯାହା ଆମର ଅଭିନବ ଉତ୍ପାଦ ଓ ସମାଧାନ ବର୍ଗମାଳାକୁ ସଂପ୍ରସାରିତ କରିଛି ଯାହା ଏଠାରେ କିଛି ଦିନ ରହିବାକୁ ଥିବା ହାଇବ୍ରିଡ୍ ମଡେଲ୍‌ରେ ନୂଆ ଉପାୟରେ କାର୍ଯ୍ୟ କରିବା ଏବଂ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ପୂରଣ କରିବ । ମାଇକ୍ରୋସଫ୍ଟର ନୂଆ ମିଟିଂ ଓ ସହଯୋଗିତା ଆକ୍‌ସେସୋରିଜ୍ ସହ ସର୍‌ଫେସ୍ ଲାପ୍‌ଟପ୍ ୪ ଏହି ଉଦୀୟମାନ ପରିବେଶରେ ଗ୍ରାହକମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଆମର ସଦ୍ୟତମ ଉତ୍ପାଦ ବର୍ଦ୍ଧିତ ମୋବିଲିଟି, ଉନ୍ନତ ପ୍ରଦର୍ଶନ ଏବଂ ଏଟଂରପ୍ରାଇଜ୍ ମାନର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରି ଆଧୁନିକ ଦିନର ବ୍ୟବହାରକାରୀମାନଙ୍କୁ ସେମାନଙ୍କ ହାଇବ୍ରିଡ୍ ଯୁଗକୁ ପରିବର୍ତିତ ହେବାରେ ସହାୟତା ଦେବ ।”
ମାଇକ୍ରୋସଫ୍ଫ ଅନୁଭୂତି ଲାଗି ସରଫେସ୍ ଲାପ୍‌ଟପ୍‌କୁ ପ୍ରଥମେ ଏବଯ ସବୁଠୁ ଅଧିକ ଉନ୍ନତ କରାଯାଇଛି । ଏହାର ଆଇକନିକ୍ ଡିଜାଇନ୍‌, ବିବରଣୀ ଓ ଉପକରଣ ପୂର୍ବ ମଡେଲ୍ ଭଳି ବଜାୟ ରହିଥିବା ବେଳେ ଏହାର ଉଭୟ ୧୩.୫ ଇଂଚ ଓ ୧୫ ଇଂଚ ମଡେଲ୍‌ରେ ରହିଛି ୩.୨ ପିକ୍‌ସେଲ୍ ସେନ୍ସ ହାଇ-କନଟ୍ରାଷ୍ଟ୍ ଟଚ୍‌ସ୍କ୍ରିନ୍ ଡିସ୍‌ପ୍ଲେ ଓ ଡଲ୍‌ବି ଆଟମସ୍ ଓମ୍‌ନିସୋନିକ୍ ସ୍ପିକର୍ । ଏହା ବ୍ୟବହାରକାରୀମାନଙ୍କୁ ସେମାନଙ୍କ ପସନ୍ଦର ଫିଲ୍ମ ଓ ସୋ’ ପାଇଁ ସେମାନଙ୍କ ଆରାମ ଅନୁସାରେ ଯେକୌଣସି ଠାରେ ସିନେମା ଭଳି ଅନଭୂତି ପ୍ରଦାନ କରିବ ।
ସରଫେସ୍ ଲାପ୍‌ଟପ୍ ୪ରେ ରହିଛି ଏକ ଇନ୍‌-ବିଲଟ୍ ଏଚ୍‌ଡି-ସାମ୍ନାକୁ ମୁହଁ କରିଥିବା କ୍ୟାମେରା ସହିତ ଅତୁଲ୍ୟ, ଲୋ-ଲାଇଟ୍ ଦକ୍ଷତା ଏବଂ ଏକ ଷ୍ଟୁଡିଓ ମାଇକ୍ରୋଫୋନ୍ ବ୍ୟବସ୍ଥା ଯାହା କାର୍ଯ୍ୟରେ ଉନ୍ନତ ବୈଠକର ଅନୁଭୂତି ପ୍ରଦାନ କରିବ । ଏହା ସହିତ, ଏହାର ବୃହତ ଟ୍ରାକ୍‌ପ୍ୟାଡ୍ ସହ ଗେସ୍‌ଚର୍ ସପୋର୍ଟ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ପସନ୍ଦର କର୍ମ ପ୍ରବାହକୁ ସହଜରେ ସଜାଇବାରେ ସହାୟକ ହେବ ।
୧୧ତମ ପିଢ଼ି ଇଂଟେଲ୍ କୋର୍ ପ୍ରୋସେସର କିମ୍ବା ଏଏମ୍‌ଡି ରାଇଜେନ୍ ମୋବାଇଲ୍ ପ୍ରୋସେସର ସହିତ ରାଡିଅନ୍ ଗ୍ରାଫିକ୍ ମାଇକ୍ରୋସଫ୍‌ଟ ସରଫେସ୍ ଏଡିସନ୍ (୮ କୋରସ୍‌) ସହ ଏହି ଡିଭାଇସ୍ ଅଫିସ, ଲିଭିଂ ରୁମ୍‌, କଫି ସପ୍ କିମ୍ବା ଶ୍ରେଣୀ ଗୃହରେ ଆଧୁନିକ ଓ ବିବିଧ କାର୍ଯ୍ୟର ଚାହିଦା ପୂରଣ କରିବାକୁ ଶକ୍ତି ପ୍ରଦାନ କରିବ ।


Share It

Comments are closed.