ବାତ୍ୟା ୟାସ୍ ସୂଚନା ପାଇଁ ଏସ୍ରି ଇଣ୍ଡିଆର ଜିଆଇଏସ୍ ମ୍ୟାପ୍‌

Share It

ଭୁବନେଶ୍ୱର:  ଦେଶର ଅଗ୍ରଣୀ  ଜିଓଗ୍ରାଫିକ୍ ଇନ୍‌ଫର୍ମେଶନ ସିଷ୍ଟମ (ଜିଆଇଏସ୍‌) ସଫ୍ଟୱେୟାର ଆଣ୍ଡ ସଲ୍ୟୁସନ୍ସ ପ୍ରଦାନ କରୁଥିବା,ଏସ୍ରି ଇଣ୍ଡିଆ ବାତ୍ୟା ୟାସ୍‌ର ଗତି ପଥକୁ ଅନୁସରଣ କରିବା ପାଇଁ ଏକ ମ୍ୟାପ୍ ସୃଷ୍ଟି କରିଛି । ଏହି ମ୍ୟାପ୍‌କୁ ଆର୍କ ଜିଆଇଏସ୍ ଅନ୍‌ଲାଇନ୍‌, ଏସ୍ରିର ମ୍ୟାପିଙ୍ଗ ଓ ଆନାଲିଟିକ୍ସ ସିଷ୍ଟମ ସହିତ ନିର୍ମାଣ କରାଯାଇଛି ଏବଂ ଏହା ପାଣିପାଗ, ପବନର ବେଗ, ପ୍ରଭାବିତ ଅଂଚଳରେ ଥିବା ଘର ଓ ଜନ ସଂଖ୍ୟା ଉପରେ ଅପ୍‌ଡେଟ୍ ପ୍ରଦାନ କରୁଛି । ଏହି ମ୍ୟାପ୍ ବାତ୍ୟା ୟାସ୍‌ର ଗତିବିଧି ଓ ପ୍ରଭାବ ଉପରେ ଏକ ସମନ୍ୱିତ ପରିଦୃଶ୍ୟ ପାଇଁ ବିଭିନ୍ନ ପ୍ରାଧିକୃତ ଉତ୍ସରୁ ସୂଚନା ଏକତ୍ରୀତ କରିଥାଏ । ବାତ୍ୟା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ଏନ୍‌ଜିଓ, ନାଗରିକ ସମାଜ ଓ ସରକାରୀ ବିଭାଗ ଗୁଡିକୁ ଭୌଗୋଳିକ ସ୍ଥିତି ସହିତ ବୈଜ୍ଞାନିକ ରୂପେ ଉତ୍ପାଦିତ ତଥା ପ୍ରକ୍ରିୟାକୃତ ପାଣିପାଗ ସୂଚନା ଓ ପୂର୍ବାନୂମାନ ସହ ସାହାଯ୍ୟ କରିବା ଲାଗି ଏସ୍ରି ନିଜର ମ୍ୟାପିଙ୍ଗ୍ ଟେକ୍ନୋଲୋଜିକୁ ବ୍ୟବହାର କରୁଛି ।ଏହି ଜିଆଇଏସ୍ ମ୍ୟାପ୍ ପୂର୍ବାନୁମାନ ସ୍ଥିତି, ପୂର୍ବାନୁମାନ ଧାରା,  ବାତ୍ୟା ପାଇଁ ତଦାରଖ କରାଯାଉଥିବା ଗତିବିଧି, ପବନର ବେଗ ଓ ସତର୍କ ସୂଚନା ଗୁଡିକୁ ପ୍ରଦାନ କରିଥାଏ । ଏହି ସାଇକ୍ଲୋନ୍ ୟାସ୍ ଲାଇଭ୍ ପାଥ୍ ଜିଆଇଏସ ୍‌ମ୍ୟାପ୍ ଆପ୍ଲିକେଶନ ସର୍ବାଧିକ ପ୍ରଭାବିତ ଅଂଚଳ ଗୁଡିକରେ  ଶୀଘ୍ର ପ୍ରସ୍ତୁତି, ସ୍ଥାନାନ୍ତର ଯୋଜନା, ଆଶ୍ରୟ ସ୍ଥଳ ଓ ପୁନର୍ବାସ ଯୋଜନା କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ ।

ଏ ସମ୍ପର୍କରେ ଏସ୍ରି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅଗେନ୍ଦ୍ର କୁମାର କହିଛନ୍ତି ଯେ,“ମୂଳ ଲକ୍ଷ୍ୟ ହେଉଛି ନାଗରିକଙ୍କ ନିକଟରେ ସର୍ବାଧିକ ପହଂଚ ପାଇଁ ସମ୍ବନ୍ଧିତ କର୍ତୃପକ୍ଷ, ବିଭାଗ ଓ ସାମାଜିକ ସଂଗଠନ ଗୁଡିକୁ  ଏକ ସାଧାରଣ ଦୃଶ୍ୟ ପ୍ରଦାନ କରିବା, ଯାହା ଫଳରେ ସଠିକ୍ ସମୟରେ ଜନଜୀବନ ଓ ସମ୍ପତିର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ ।ଏସ୍ରି ଇଣ୍ଡିଆ ସରକାର, ରାଜ୍ୟ ସରକାର, ୱେଦର୍‌ମ୍ୟାପିଙ୍ଗ ଏଜେନ୍ସି, ସର୍ଭେ  ଅଫ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ସାର୍ବଜନିନ ଓ ଘରୋଇ ସଂସ୍ଥା ଗୁଡିକ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ।କମ୍ପାନୀ ସଫଳତାର ସହିତ ଜମି ପରିଚାଳନା, ଜଳ, ଉପଯୋଗୀତା, ଭିତିଭୂମି, ବିପର୍ଯ୍ୟୟ ପରିଚାଳନା, ଟେଲିକମ୍ୟୁନିକେଶନ, ସହରାଂଚଳ ବିକାଶ, ସ୍ମାର୍ଟସିଟି, ପରିବହନ, ପ୍ରତିରକ୍ଷା ଓ ପ୍ରାକୃତିକ ସମ୍ବଳ କ୍ଷେତ୍ରରେ ଆପ୍ଲିକେଶନ ଗୁଡିକ ପାଇଁ ୫୦୦୦ରୁ ଅଧିକ ସଂଗଠନକୁ ଅତ୍ୟାଧୁନିକ ଜିଆଇଏସ୍‌ସଲ୍ୟୁସନ ପ୍ରଦାନ କରିଛି ।”


Share It

Comments are closed.