ଧିରେ ଧିରେ ନିକଟତ୍ତର ହେଉଛି ସମ୍ଭାବ୍ୟ ବାତ୍ୟା ‘ୟାସ’, ପାରାଦ୍ୱୀପ ଠାରୁ ୨୮୦ କିମି ଦୂରରେ ଅବସ୍ଥିତ

Share It

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ୟାସ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ମାଡ଼ି ଆସୁଛି। ସମୁଦ୍ର ଭିତରେ ବାତ୍ୟା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି। ଅପରାହ୍ନ ଗୋଟାଏ ସୁଦ୍ଧା ବାତ୍ୟା ପାରାଦୀପଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି।
ଗତ ୬ ଘଣ୍ଟା ହେବ ୟାସ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ପାରାଦୀପଠାରୁ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗକୁ ୨୮୦ କିଲୋମିଟର ଦୂରରେ ବାତ୍ୟା ରହିଛି। ସେହିପରି ବାଲେଶ୍ଵରଠାରୁ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗକୁ ୩୮୦ କିଲୋମିଟର ଦୂରରେ ଅଛି। ଦୀଘାଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗକୁ ୩୭୦ କିଲୋମିଟର ଦୂରରେ ବାତ୍ୟା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ୧୨ ଘଣ୍ଟାରେ ୟାସ ଆହୁରି ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେବ।


Share It

Comments are closed.