ସମ୍ଭାବ୍ୟ ବାତ୍ୟା ‘ୟସ’କୁ ନେଇ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

Share It

ମହାମାରୀ ସମୟରେ ବାତ୍ୟା ୟାସ୍‌ ଭୟ । ଏଭଳି ସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତିି ରାଜ୍ୟ ସରକାର। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହା ମଧ୍ୟରେ ରାଜ୍ୟବାସୀଙ୍କୁ ସୋମବାର ଅପରାହ୍ନ ୪ଟା ସମୟରେବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅନ୍ୟପଟେ ବଙ୍ଗୋପସାଗରରୁ ମାଡ଼ି ଆସୁଛି ‘ୟାସ୍‌’ । ଗଭୀର ଅବପାତର ରୂପ ଏବେ ବାତ୍ୟାରେ ପରିଣତ ହୋଇଛି ‘ୟାସ୍‌। ପାରାଦୀପ ଠାରୁ ୫୪୦ ଓ ବାଲେଶ୍ୱରଠାରୁ ୬୫୦ କିମି ଦୂରରେ ବାତ୍ୟା ‘ୟାସ୍’ କେନ୍ଦ୍ରୀଭୂତ ହୋଇଛି । ଘଣ୍ଟାପ୍ରତି ୫ କିମି ବେଗରେ ଉପକୂଳ ଆଡକୁ ବାତ୍ୟା ଅଗ୍ରସର ହେଉଛି । ୨୬ରେ ପାରାଦୀପ ଓ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ୧୦ଟି ଏନଡିଆରଏଫ ଟିମ୍‌ ମାଗିଛନ୍ତି । ଆଜି ଏହି ୧୦ଟି ଟିମ୍‌ ଆସି ପହଞ୍ଚିଯିବେ । ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଏନଡିଆରଏଫ୍‌ ଟିମ ସଂଖ୍ୟା ୩୨କୁ ବୃଦ୍ଧି ପାଇବ । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ବନ ବିଭାଗ ଟିମ୍‌ ଆଜିଠାରୁ ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏସଆରସି ଶ୍ରୀ ଜେନା କହିଛନ୍ତି, ଏଯାବତ୍‌ ବାତ୍ୟା ପ୍ରଭାବର ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ୧୨୦ କିମିରୁ ୧୬୫ କିମି ପବନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୩ରୁ ୪ ଫୁଟ ସମୁଦ୍ର ଜୁଆର ଆଶଙ୍କାକୁ ଆଖି ଆଗରେ ରଖି ପ୍ରସ୍ତୁତି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସବୁ ବିଭାଗ ସଜାଗ ଅଛନ୍ତି ।


Share It

Comments are closed.