କରୋନାରେ ଆଖି ବୁଜିଲେ ପୂର୍ବତ୍ତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ
କରୋନାରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କର ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ପୁଅର ସଂକଟାପନ୍ନ ଅବସ୍ଥା ନେଇ ସୂଚନା ଦେଇଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ । ଏକ ଫେସବୁକ ପୋଷ୍ଟରେ ହସ୍ପିଟାଲ ବେଡରେ ଅତି ଗୁରୁତର ଅବସ୍ଥାରେ ଥିବା ପୁଅର ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଥିଲେ ସେ । ଫୁସଫୁସରେ ସଂକ୍ରମଣ କାରଣରୁ ଏବଂ ଇସିଏମଓ ନଥିବାରୁ ତାଙ୍କ ପୁଅ ଆଉ ବଂଚିବେ ନାହିଁ ବୋଲି ସେ ଲେଖିଥିବାର ଦେଖିବାକୁ ମିଳିଥିଲା।
କଟକ ଅଶ୍ୱୀନି ହସ୍ପିଟାଲରେ ତାଙ୍କ ପୁଅ କିଭଳି ସଂକଟାପନ୍ନ ରହିଛନ୍ତି ତାହା ଫେସବୁକ ପୋଷ୍ଟରୁ ଜଣାପଡ଼ିିଥିଲା । ତେବେ ସେ ଏହି ପୋଷ୍ଟ ଜରିଆରେ କଟକ ଏସସିବି ମେଡିକାଲ ସମେତ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡିକୁ ଏହି ଇସିଏମଓ ମେସିନ ଯୋଗାଇ ଦେବାପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି ପୋଷ୍ଟ୍ କରିଥିବା ଦେଖିବାକୁ ମିଳିଥିଲା । ଭାରାକ୍ରାନ୍ତ ହୃଦୟରେ ଲେଖିଥିଲେ ଯେ, ସେ ତାଙ୍କ ପୁଅକୁ ହୁଏତ ହରାଇ ଦେଇପାରନ୍ତି, ହେଲେ ରାଜ୍ୟର ଅନ୍ୟମାନେ ଏହି ସ୍ୱାସ୍ଥ୍ୟ ସେବା ଯେମିତି ପାଇପାରିବେ ସେଥିପାଇଁ ସେ ନିବେଦନ କରୁଛନ୍ତି।
Comments are closed.