ଆରପାରିରେ ବରିଷ୍ଠ ସାମ୍ବାଦିକ ତଥା ସାଉଥ ଫିଲ୍ମ ନିର୍ମାତା ବି.ଏ ରାଜୁ

Share It

ବରିଷ୍ଠ ସାମ୍ବାଦିକ ତଥା ଚଳଚ୍ଚିତ୍ର ନିର୍ମାତା ବି.ଏ ରାଜୁଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ସେ ଆଜି ସକାଳେ ହାଇଦ୍ରାବାଦର ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କର ଦୁଇଟି ପୁଅ ଅଛନ୍ତି ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ବି ଜୟା ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ।

ବି.ଏ ରାଜୁ ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ର ପତ୍ରିକା ସୁପରହିଟ୍ ର ପ୍ରତିଷ୍ଠାତା ତଥା ସମ୍ପାଦକ ମଧ୍ୟ ଥିଲେ। ଚାରି ଦଶନ୍ଧିର କ୍ୟାରିଅରରେ ସେ ଶହ ଶହ ଚଳଚ୍ଚିତ୍ର ପାଇଁ ପିଆର୍‌ ପରିଚାଳନା କରିଥିଲେ । ବିଏ ରାଜୁ ସୁପରଷ୍ଟାର ମହେଶ ବାବୁଙ୍କର ବ୍ୟକ୍ତିଗତ ପିଆର୍‌ଓ ମଧ୍ୟ ଥିଲେ। ସେ ଅନେକ ଅଗ୍ରଣୀ ତାରକା, ପ୍ରଡକ୍ସନ୍ ହାଉସ୍ ଏବଂ ଅଭିନେତ୍ରୀମାନଙ୍କ ପାଇଁ ପିଆରଓ ଭାବରେ କାର୍ଯ୍ୟ କରିଥିଲେ । ବିଏ ରାଜୁ ପ୍ରଭାସ ପଟ୍ଟନ, ନାଗାର୍ଜୁନ ଏବଂ ଜୁନିଅର ଏନଟିଆର ସମେତ ଅନେକ ତାରକାଙ୍କର ପିଆରଓ ଭାବେ ରହି କାମ କରିଥିଲେ।

ମହେଶ ବାବୁ ଏକ ଟୁଇଟ୍ ଜରିଆରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ବି.ଏ ରାଜୁଙ୍କର ହଠାତ୍ ଦେହାନ୍ତ ହେବା ଶୁଣିବା ପରେ ମୋତେ ଗଭୀର ଆଘାତ ଲାଗିଛି ଏବଂ ଏହାକୁ ବିଶ୍ୱାସ କରିବା ମୋ ପାଇଁ କଷ୍ଟକର । ପିଲାଦିନରୁ ଆମେ ପରସ୍ପରକୁ ଜାଣିଛୁ | ଆମେ ଅନେକ ବର୍ଷ ଧରି ଏକାଠି କାମ କରିଥିଲୁ।


Share It

Comments are closed.